ବିୟୁଟି ଟିପ୍ସ୍: ଲେମ୍ବୁ ମେନିକିୟୋର୍

ହାତ ଓ ନଖର ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ଅତିକମରେ ମାସକୁ ୨ରୁ ୩ ଥର ମେନିକିୟୋର୍ କରାଇନେବା ଉଚିତ୍ । ବିୟୁଟି ପାର୍ଲରରେ ଅନେକ ପ୍ରକାର ପଦ୍ଧତି ଦ୍ୱାରା ମେନିକିୟୋର୍ କରାଯାଇଥାଏ । ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଓ ସମୟ ଦେବାକୁ ପଡ଼ିପାରେ । କିନ୍ତୁ ଆପଣ ଘରେ ହିଁ ଏହାଠାରୁ ଅଧିକ ଭଲ ଭାବେ ଓ ଅଧିକ ପ୍ରଭାବଶାଳୀ ଢଙ୍ଗରେ ମେନିକିୟୋର୍ କରିପାରିବେ ।

ରୋଷେଇ ଘରେ ଥିବା ଏକ ଛୋଟ ଜିନିଷ ଲେମ୍ବୁ ଆପଣଙ୍କୁ ବେଶ୍ ସାହାଯ୍ୟ କରିବ । ପ୍ରଥମେ ଲେମ୍ବୁକୁ ସ୍ଲାଇସ୍ କରି କାଟିନିଅନ୍ତୁ । ଏହାପରେ ଭଲ ଭାବେ ହାତକୁ ଧୋଇ ୧୦ମିନିଟ୍ ଉଷୁମ ପାଣିରେ ହାତକୁ ବୁଡ଼ାଇ ରଖନ୍ତୁ । ଏହାପରେ ଲେମ୍ବୁ ସ୍ଲାଇସକୁ ନେଇ ହାତ ଉପରେ ହାଲକା ଭାବେ ମସାଜ କରନ୍ତୁ । ଏହାକୁ ୧୫ ମିନିଟ୍ ଶୁଖିବାକୁ ଦିଅନ୍ତୁ । ସମ୍ପୂର୍ଣ୍ଣ ଶୁଖିବା ପରେ ହାତକୁ ଥଣ୍ଡା ପାଣିରେ ଧୋଇ ମଇଶ୍ଚରାଇଜର୍ ଲଗାନ୍ତୁ । ମନେ ରଖନ୍ତୁ ଏହାକୁ କରିବା ପୂର୍ବରୁ ହାତରେ ନେଲପଲିସ୍ କିମ୍ବା କୌଣସି ଅନ୍ୟ କୌଣସି ନେଲପେଣ୍ଟ୍ ନଥିବା ଆବଶ୍ୟକ । ସପ୍ତାହରେ ୨-୩ ଥର ଏଭଳି କରନ୍ତୁ । ୧ ମାସ ମଧ୍ୟରେ ଆପଣ ନିଶ୍ଚିତ ଭାବେ ଫରକ ଜାଣିପାରିବେ ।

Leave a Reply

Your email address will not be published. Required fields are marked *