ଫ୍ୟାଶନ୍ ଟିପ୍ସ : ଏଭରଗ୍ରୀନ୍ ମିନିମଲ୍ ଜୁଲଲାରୀ

ଷ୍ଟାଇଲିସ୍ ଓ ଟ୍ରେଣ୍ଡି ଲୁକ୍ ପାଇଁ ଝିଅମାନଙ୍କର ପ୍ରଥମ ପସନ୍ଦ ହେଉଛି ମିନିମଲ୍ ଜୁଏଲାରୀ । ଏହା ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିବା ପୋଇଁ ସେତିକି ଆରାମଦାୟକ । ଏହାକୁ ଆପଣ ପାର୍ଟିଠାରୁ ଆରମ୍ଭ କରି ଅଫିସ୍ ପର୍ଯ୍ୟନ୍ତ ସବୁ ଡ୍ରେସ୍ ସହିତ ମ୍ୟାଚ୍ କରି ପିନ୍ଧିପାରିବେ । ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼ୁନାହିଁ । ତେବେ ଏଭଳି କିଛି ମିନିମଲ୍ ଜୁଲଲାରୀ ରହିଛି, ଯାହା ଏବେ ଫ୍ୟାଶନ୍ ପଣ୍ଡିତମାନଙ୍କ ମତରେ ସବୁଠାରୁ ଟ୍ରେଣ୍ଡି ଗହଣା ଭାବେ ଆଦୃତ । ତାହେଲେ ଆସନ୍ତୁ ଜାଣିବା –
୧- ହାଲକା ଆଙ୍କଲେଟ୍
ମିନିମଲ୍ ଗହଣା ମଧ୍ୟରେ ହାଲକା ପାଉଁଜି ଆପଣଙ୍କୁ ଏକ ଟ୍ରେଣ୍ଡି ଲୁକ୍ ଦେବ । ଏହାକୁ ଆପଣ ସାଲୱାର୍ ସୁଟ୍, ଶାଢ଼ି, ସ୍କର୍ଟ, ଜିନ୍ସ ଓ ଜେଗିଙ୍ଗସ୍ ସହିତ ପିନ୍ଧିପାରିବେ । ଲଟକନ୍, ଡୋରି କିମ୍ବା ଷ୍ଟେଟମେଣ୍ଟ୍ ଆଙ୍କଲେଟ୍ ଆପଣଙ୍କ ପାଇଁ ବେଷ୍ଟ୍ ଅପସନ୍ ।
୨- ଡେଲିକେଟ୍ ନେକଲେସ୍
ୱେଷ୍ଟର୍ଣ୍ଣ ଡ୍ରେସ୍, ଟପ୍ସ୍, ସାର୍ଟ ଓ ସ୍ଲିଭଲେସ୍ ଜ୍ୟାକେଟ୍ ସହିତ ଡେଲିକେଟ୍ ନେକଲେସ ଠାରୁ ଭଲ ବିକଳ୍ପ ଆଉ କିଛି ନାହିଁ । ଅଧିକ ପତଳା ଓ ଲେୟାର୍ ଚେନ୍ ଆପଣଙ୍କୁ ଏକ ମଡ଼ର୍ଣ୍ଣ ଲୁକ୍ ଦେବ ।
୩- ଇୟର୍ କପ୍ସ
ପୁରା କାନକୁ ଡାଙ୍କି ରହିବା ଭଳି ଆନିମଲ୍ ଇୟର୍ କପ୍ସ, ୟୁରୋପିଆନ୍ ଓ କ୍ଲିପ୍ ଇୟର୍ କପ୍ସ ଆଜିକାଲି ସବୁଠାରୁ ଅଧିକ ଡିମାଣ୍ଡରେ ରହିଛି । ମିନିମଲ୍ ଜୁଏଲାରୀ ଭିତରେ ପରଜାପତି, ଫୁଲ ଓ ପଶୁପକ୍ଷୀଙ୍କ ଆକୃତି ଥିବା ରିଙ୍ଗ୍ ଆପଣଙ୍କ ହାତର ଶୋଭାକୁ ଦ୍ୱିଗୁଣିତ କରିବ ।

Leave a Reply

Your email address will not be published.