ମନସୁନ୍ ଫ୍ୟାଶନ୍: ଏହି ୫ଟି ଜିନିଷକୁ କୁହନ୍ତୁ ନା…
ଫ୍ୟାଶନ୍ କ୍ରେଜି ବୋଲାଉଥିବା ଝିଅମାନଙ୍କ ପାଇଁ ମନସୁନ୍ ବେଶ୍ ଅଡ଼ୁଆ କରିଥାଏ । ବର୍ଷାଦିନରେ ଅଫିସ୍ କିମ୍ବା ଆଉଟିଙ୍ଗରେ ଯିବାବେଳେ କ’ଣ ପିନ୍ଧିବେ, କିଭଳି ମେକଅପ୍ ନେବେ ଓ କିଭଳି ଜୋତା ପିନ୍ଧିବେ, ତାହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଆସିଥାଏ । ତେବେ ବିୟୁଟିସିଆନମାନଙ୍କ ମତରେ ଏ ସମ୍ପର୍କିତ ୫ଟି ସାଧାରଣ ଟିପ୍ସ ରହିଛି, ଯାହାକି ମନସୁନ୍ ସିଜିନରେ ଆପଣଙ୍କୁ ଫ୍ୟାଶନେବୁଲ୍ କରାଇଥାଏ ।
ସେହି ଟିପ୍ସଗୁଡ଼ିକ ହେଉଛି –
୧- ଜିନ୍ସ ବଦଳରେ ଆପଣ ଜେଗିଙ୍ଗସ୍ ପିନ୍ଧନ୍ତୁ । କାରଣ ଜିନ୍ସ୍ ଓଦା ହେଲେ ଶୀଘ୍ର ଶୁଖିନଥାଏ ଏବଂ ବର୍ଷାଦିନରେ ଜିନ୍ସ ମଇଳା ହେଲେ ଧୋଇବାକୁ ଓ ଶୁଖାଇବାକୁ କଷ୍ଟ ହୋଇଥାଏ ।
୨- ଜିନ୍ସ ଭଳି ଲଙ୍ଗ୍ ସ୍କର୍ଟ ଓ ପ୍ଲାଜୋକୁ ଆପଣ ମନସୁନରେ ଆଦୌ ୱାର୍ଡ଼ରୋବରୁ ବାହାର କରନ୍ତୁ ନାହିଁ । କାରଣ ଏହା ଅଧିକ ଘେରଯୁକ୍ତ ଏବଂ ଅଧିକ ଲମ୍ବା ଥାଏ । ଏହା ବର୍ଷାଦିନରେ ଓଦା ହେଲେ ଗୋଡ଼ରେ ଛନ୍ଦି ହୋଇଯିବାରୁ ଚାଲିବା କଷ୍ଟକର ମନେ ହୁଏ । ବର୍ଷାଦିନରେ କାଦୁଅ ଲାଗିବା ଦ୍ୱାରା ଏହାର ଲୁକ୍ ଖରାପ ଲାଗିଥାଏ ।
୩- ଚମଡ଼ା ତିଆରି ପର୍ସ, ବ୍ୟାଗ୍, ଜୋତା, ବେଲଟ୍ କିମ୍ବା ଜ୍ୟାକେଟ୍ ବର୍ଷାଦିନରେ ବ୍ୟବହାର କରନ୍ତୁ ନାହିଁ ।
୪- ହାଲକା ରଙ୍ଗର ଜୋତା କିମ୍ବା ଡିଜାଇନର୍ ଜୋତାକୁ ଆଦୌ ବ୍ୟବହାର କରନ୍ତୁ ନାହିଁ । ଡାର୍କ ରଙ୍ଗର ଫୋମ୍ ସୁଜ୍ ବ୍ୟବହାର କରନ୍ତୁ ।
୫- ଶେଷ ଟିପ୍ସଟି ହେଉଛି ବର୍ଷାଦିନରେ ହାଲକା ରଙ୍ଗର କୌଣସି ମୋଟା ଖଦି କପଡ଼ାର ଡ୍ରେସ୍ କିମ୍ବା ଶାଢୀ ପିନ୍ଧନ୍ତୁ ନାହିଁ ।