ବିୟୁଟି ଟିପ୍ସ: କଫି ପାଉଡରରୁ ପ୍ରସ୍ତୁତ କରନ୍ତୁ ସ୍କ୍ରବ୍

ହ୍ୱାଇଟ୍ ହେଡ୍ସ ଓ ବ୍ଲାକ୍ ହେଡ୍ସ ଚେହେରାର ସୁନ୍ଦରତାକୁ ସମ୍ପୂର୍ଣ୍ଣ ଫିକା କରିଥାଏ । ତେଣୁ ଅନେକ ପ୍ରକାରର ସ୍କ୍ରବ୍ ରହିଛି, ଯାହାଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । କିନ୍ତୁ ଯଦି ଏହି ସ୍କ୍ରବ୍ ଆପଣଙ୍କୁ ଅପାଣଙ୍କ ରୋଷେଇ ଘରୁ ହିଁ ମିଳିଯିବ, ତାହେଲେ କେମିତି ହେବ । ହଁ ଆପଣଙ୍କ ରୋଷେଇ ଘରେ ଥିବା ଏକ ଛୋଟିଆ ଜିନିଷରୁ ଆପଣ ଏହି ହେଲଦି ସ୍କ୍ରବ୍ ବନାଇପାରିବେ । ୧ ଚାମଚ କଫିଗୁଣ୍ଡ, ୧ ଚାମଚ ଦହି ଓ ୧ ଚାମଚ ବେସନକୁ ଭଲ ଭାବେ ଫେଣ୍ଟି ଏକ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ । ଆସନ୍ତୁ ଜାଣିବା କିଭଳି ଲଗାଇବେ ଏହି ପେଷ୍ଟ୍ –
୧- ଏହି ସ୍କ୍ରବକୁ ଏକ ବ୍ରସରେ ନେଇ ଚେହେରାରେ ଲଗାଇ ୫ ମିନିଟ୍ ରଖନ୍ତୁ । ସ୍କ୍ରବ୍ ହାଲ୍କା ଶୁଖି ଆସିଲେ ଏହାକୁ ହାତରେ ମସାଜ୍ କରନ୍ତୁ । ମନେ ରଖନ୍ତୁ ଏହି ପେଷ୍ଟ୍ ବ୍ଲାକ ଓ ହ୍ୱାଇଟ୍ ହେଡ୍ ହୋଇଥିବା ସ୍ଥାନରେ ଅଧିକ ଲଗାନ୍ତୁ ।
୨- ମସାଜ୍ କରିବା ପରେ ୨-୩ ମିନିଟ୍ ଛାଡ଼ିଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ମଇଶ୍ଚରାଇଜର୍ କ୍ରୀମ୍ ଲଗାନ୍ତୁ । ସପ୍ତାହରେ ଥରେ କିମ୍ବା ଦୁଇଥର ହିଁ ଏହି ସ୍କ୍ରବ୍ ଲଗାନ୍ତୁ ।
୩-
ଚେହେରାରେ ମେକଅପ୍ ଥିଲେ ଏହାକୁ ଲଗାନ୍ତୁ ନାହିଁ । କାରଣ ମେକଅପ୍ ସହିତ କଫି ସ୍କ୍ରବ୍ ଲଗାଇବା ଦ୍ୱାରା ଚେହେରା କଳା ପଡ଼ିଯିବାର ଅଧିକ ସମ୍ଭାବନା ରହିଛି । ତେଣୁ ମେକଅପ୍ ବାହାର କରିବାର ପ୍ରାୟ ୧ ଘଣ୍ଟା କିମ୍ବା ଦେଢ଼ ଘଣ୍ଟା ପରେ ହିଁ କଫି ସ୍କ୍ରବକୁ ବ୍ୟବହାର କରନ୍ତୁ ।

Leave a Reply

Your email address will not be published.