ବିୟୁଟି ଟିପ୍ସ୍: ଫିସ୍ ପେଡିକିୟୋର୍ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍

ପାଦକୁ ସୁନ୍ଦର କରିବା ପାଇଁ ବିୟୁଟିସିଆନ୍ ମାନେ ଅନେକ ଉପାୟ ବତାଇଥାନ୍ତି । ଗୋଟିଏ ମାସରେ ଅତିକମରେ ଦୁଇ ଥର ପେଡିକିୟୋର୍ କରାଇ ନେବା ଉଚିତ୍ । ଏହାଦ୍ୱାରା ପାଦର ସୁନ୍ଦରତା ବୃଦ୍ଧି ପାଇବା ସହିତ କିଛି ଛୋଟମୋଟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ତେବେ ବିଗତ ୫-୬ ବର୍ଷ ହେଲା ଫିସ୍ ପେଡିକିୟୋର୍ ପଦ୍ଧତିକୁ ଅଧିକ ପସନ୍ଦ କରାଯାଉଛି । ଏହି ପଦ୍ଧତି ଦ୍ୱାରା ମାଛଭରା ଟବରେ ପାଦ ରଖିବାକୁ ହୁଏ ଏବଂ ମାଛ ପାଦର ଶୁଷ୍ମ ଚର୍ମକୁ ଖାଇ ସଫା କରିଥାନ୍ତି । ତେବେ ଏହି ପଦ୍ଧତି ଦ୍ୱାରା ପେଡିକିୟୋର୍ କରାଇବା ସମୟରେ ଆମେ ଅଜାଣତରେ ଏଭଳି କିଛି ଭୁଲ୍ କରିବସୁ ଯାହାଦ୍ୱାରା ଆମର କ୍ଷତି ହୋଇଥାଏ ।

ତେବେ ଆସନ୍ତୁ ଜାଣିନେବା ଫେସ୍ ପେଡିକିୟୋର୍ କରିବା ସମୟରେ କେଉଁସବୁ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ । –
୧- ଯଦି ଆପଣଙ୍କ ପାଦରେ କୌଣସି କ୍ଷତ ହୋଇଛି, ତାହେଲେ କେବେ ମଧ୍ୟ ଫେସ୍ ପେଡିକିୟୋର୍ କରାନ୍ତୁ ନାହିଁ । କାରଣ ଏହାଦ୍ୱାରା ପାଦ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ ।
୨- ଯଦି ଆପଣଙ୍କ ପାଦର ତ୍ୱଚା ଖୁବ୍ ନରମ ଏବଂ ଫିସ୍ ପେଡିକିୟୋର୍ କରିବା ସମୟରେ ପାଦରୁ ରକ୍ତ ବାହାରେ, ତେବେ ସଙ୍ଗେ ସଙ୍ଗେ ପାଦ ବାହାର କରି ଆଣନ୍ତୁ । ତୁରନ୍ତ ଏଥିରେ କୌଣସି ଆଣ୍ଟିସେପ୍ଟିକ୍ କ୍ରୀମ୍ ଲଗାନ୍ତୁ ।
୩- ଡାଇବେଟିଜ୍ ରୋଗୀ କିମ୍ବା ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି କେବେ ମଧ୍ୟ ଏହି ପଦ୍ଧତି ଆପଣାନ୍ତୁ ନାହିଁ । ଫିସ୍ ପେଡିକିୟୋର୍ କରିବା ପୂର୍ବରୁ ଟବ୍ ସଫା ଅଛି କି ନାହିଁ ପରୀକ୍ଷା କରି ଦେଖନ୍ତୁ । କାରଣ ଏହାଦ୍ୱାରା ସ୍କିନ୍ ରୋଗ ହେବାର ଆଶଙ୍କା ଅଧିକ ଦେଖାଯାଏ ।

Leave a Reply

Your email address will not be published. Required fields are marked *