ବିୟୁଟି ଟିପ୍ସ: କେଶ ପାଇଁ ଚନ୍ଦନ କଣ୍ଡିସନର୍

ପୂଜାବିଧିର ଅତ୍ୟାବଶ୍ୟକ ଚନ୍ଦନ ରୂପଚର୍ଯ୍ୟାରେ ଏକ ମୁଖ୍ୟ ପ୍ରସାଧନ ସାମଗ୍ରୀ ଭାବେ ପରିଗଣିତ । ଚନ୍ଦନକୁ ସବୁଠାରୁ ଭଲ ଫେସପ୍ୟାକ୍ ଭାବେ ବ୍ୟବହାର କରାଯାଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଚନ୍ଦନ କଣ୍ଡସନର୍ ଭାବେ ମଧ୍ୟ ଲଗାଯାଇପାରିବ । ଏହା କେଶକୁ ମଜବୁତ୍ ଓ ଘନ କରିବା ସହିତ ରୂପି, ଦୋ ମୁହଁ କେଶ ଓ କହରିଆ କେଶ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଆଜିକାଲି ବିୟୁଟିସିଆନମାନେ ମଧ୍ୟ ଏହି ଟିପ୍ସ ଦେଉଛନ୍ତି । ତେବେ ଚନ୍ଦନକୁ କିଭଳି ଭାବେ କଣ୍ଡସନର୍ ଭାବେ ବ୍ୟବହାର କରିହେବ ଆସନ୍ତୁ ଜାଣିବା – ପ୍ରଥମେ କେଶକୁ ଭଲ ଭାବେ ଧୋଇଦିଅନ୍ତୁ । କେଶ ହାଲ୍କା ଓଦା ଥିବା ସମୟରେ ଚନ୍ଦନକୁ କେଶ ମୂଳ ଓ କେଶରେ ଲଗାଇ ପ୍ରାୟ ଅଧଘଣ୍ଟା ଛାଡ଼ିଦିଅନ୍ତୁ । ମନେ ରଖନ୍ତୁ ଚନ୍ଦନ ପେଷ୍ଟ୍ ଗାଢା ଥିବା ଆବଶ୍ୟକ । ଏହା ପରେ ହାଲ୍କା ଉଷୁମ ପାଣିରେ ସଫା କରନ୍ତୁ । କିନ୍ତୁ ମନେ ରଖନ୍ତୁ ସଫା କରିବା ସମୟରେ କୌଣସି ସାମ୍ପୁ ଲଗାନ୍ତୁ ନାହିଁ । ସପ୍ତାହରେ ୨ ଥର ଏଭଳି କରନ୍ତୁ । କିଛିଦିନ ଏଭଳି କରିବା ଦ୍ୱାରା କେଶର ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published.