୧୫ ଦିନ ମଧ୍ୟରେ ଚାଲିଯିବ କଳାଦାଗ, ଆପଣାନ୍ତୁ ଏହି ବିୟୁଟି ଟିପ୍ସ

ଆପଣ ଯେତେ ବି ଗୋରା ଓ ସୁନ୍ଦର ହୋଇଥାନ୍ତୁ ନା କାହିଁକି ବ୍ରଣ ଜନିତ କଳାଦାଗ ଆପଣଙ୍କ ଚେହେରାକୁ ଅସୁନ୍ଦର କରିଥାଏ । ତେଣୁ କଳାଦାଗ ଦୂର କରିବା ପାଇଁ ଝିଅମାନେ ଅନେକ ପ୍ରକାର ବିୟୁଟି ଟିପ୍ସ ଆପଣାଇଥାନ୍ତି । ତେବେ ଏଭଳି ଆଉ ଏକ ବିୟୁଟି ଟିପ୍ସ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଚେହେରାରେ ଥିବା କଳାଦାଗ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯାଏ । ଏହା ଆମେ ନୁହେଁ ବିୟୁଟିସିଆନ୍ ମାନେ କହୁଛନ୍ତି ।

ସେମାନଙ୍କ ମତ ଅନୁଯାୟୀ ଏହି ଉପାୟ ମାତ୍ର ୧୫ ଦିନ ମଧ୍ୟରେ ପ୍ରଭାବ ଦେଖାଇଥାଏ । ତାହେଲେ ଆସନ୍ତୁ ଜାଣିବା –
୧୦-୧୫ଟି ତୁଳସୀ ପତ୍ର ରସରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ । ସେଥିରେ ଏକ ଚାମଚ ବେସନ ମିଶାଇ ଏକ ଗାଢା ପେଷ୍ଟ୍ ବନାନ୍ତୁ । ଏହାକୁ ପ୍ରତିଦିନ ସକାଳେ ଓ ରାତିରେ ଚେହେରାରେ ଲଗାଇ ଦିଅନ୍ତୁ । ଲଗାଇବା ପରେ ଏହାକୁ ଅଧଘଣ୍ଟାରୁ ୪୫ ମିନିଟ୍ ରଖନ୍ତୁ । ତା’ପରେ ଚେହେରା ଧୋଇବା ପାଇଁ କୌଣସି ସାବୁନ୍ କିମ୍ବା ଜେଲ୍ ବ୍ୟବହାର କରନ୍ତୁ ନାହିଁ । ଲେମ୍ବୁ ରସ ପ୍ରାକୃତିକ କ୍ଲିନଜିଂ ଭାବେ କାମ କରିଥାଏ । ଏହି ଉପାୟ ଆପଣାଇ କଳାଦାଗରୁ ମୁକ୍ତି ପାଆନ୍ତୁ ।

Leave a Reply

Your email address will not be published.