ଆକର୍ଷଣୀୟ ଚେହେରା ପାଇଁ ଓଟ୍ସ୍ ଫେଶ୍ ପ୍ୟାକ୍

ଆକର୍ଷଣୀୟ ଓ ଚମକଦାର୍ ଚେହେରା ପାଇବାକୁ ହେଲେ ଆପଣଙ୍କୁ ଆଉ ବିୟୁଟି ପାର୍ଲରରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଘରେ ବସି ବସି ଆପଣ ନିଜକୁ ପାର୍ଲର୍ ଲୁକ୍ ଦେଇପାରିବେ । ଏଥିପାଇଁ ଦରକାର ହେବ କେବଳ ଏକ ବଡ଼ ଚାମଚ ଓଟ୍ସ୍, ଯାହାକି ଆପଣଙ୍କୁ ରୋଷେଇ ଘରେ ହିଁ ମିଳିଯିବ । ଚେହେରାକୁ ସତେଜ ଓ ଚମକଦାର୍ ରଖିବା କ୍ଷେତ୍ରରେ ଓଟ୍ସ୍ର ଫେଶ୍ ପ୍ୟାକ୍ ଆପଣଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ । ତେବେ ଆସନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ଓଟ୍ସ୍ ଫେଶ୍ ପ୍ୟାକ୍ –
୧- ଓଟ୍ସକୁ ଗୁଣ୍ଡ କରି ସେଥିରେ ୧ ଚାମଚ ହଦି ଓ ୩-୪ ବୁନ୍ଦା ମହୁ ପକାନ୍ତୁ । ଏହି ମିଶ୍ରଣକୁ ଭଲ ଭାବେ ଫେଣ୍ଟି ମୁହଁରେ ଲଗାନ୍ତୁ । ୧୫- ୨୦ ମିନିଟ୍ ରଖିବା ପରେ ହାଲକା ଭାବେ ମସାଜ୍ କରି ଓଟ୍ସକୁ ବାହାର କରନ୍ତୁ । ଏହାପରେ ଉଷୁମ ପାଣିରେ ଧୋଇଦିଅନ୍ତୁ ।
୨- ୩ ଚାମଚ ଗୁଣ୍ଡ ଓଟ୍ସରେ ୩ ଚାମଚ ଟମାଟ ରସ ପକାଇ ଭଲ ଭାବେ ଚେହେରାରେ ଲଗାନ୍ତୁ । ଏହା ବ୍ରଣ ଦାଗ ଦୂର କରିବାରେ ସହାୟକ ହୋଇଥାଏ ।
୩- ଗୋଟିଏ ପାଚିଲା କଦଳୀକୁ ଚକଟି ସେଥିରେ ୧ ଚାମଚ ଓଟ୍ସ ଗୁଣ୍ଡ୍ ମିଶାନ୍ତୁ । ଏହି ପେଷ୍ଟକୁ ହାତରେ ନେଇ ୧୦ ମିନିଟ୍ ପର୍ଯ୍ୟନ୍ତ ଚେହେରାରେ ମାଲିସ୍ କରନ୍ତୁ । ଏହାପରେ ଥଣ୍ଡା ପାଣିରେ ଧୋଇ ମଇଶ୍ଚରାଇଜର୍ କ୍ରୀମ୍ ଲଗାନ୍ତୁ ।

Leave a Reply

Your email address will not be published.