ହୋଲିରେ ସ୍କିନ୍ ସମସ୍ୟାକୁ କୁହନ୍ତୁ ବାଏ ବାଏ, ଆପଣାନ୍ତୁ କିଛି ବିୟୁଟି ଟିପ୍ସ୍
ହୋଲିର ରଙ୍ଗ ନିଜ ସହିତ ଯେତିକି ଖୁସି ନେଇ ଆସିଥାଏ, ତାହାଠାରୁ ଅଧିକ ତ୍ୱଚା ଓ କେଶ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଏଥିରୁ ମୁକ୍ତି ଚାହୁଁଥିଲେ ହୋଲି ଖେଳିବା ପୂର୍ବରୁ କିଛି ଟିପ୍ସ ଆପଣାନ୍ତୁ । –
୧- କେଶମୂଳ ଓ କେଶରେ ଭଲଭାବେ ତେଲ ମାଲିସ୍ କରି ହୋଲି ଖେଳିବାକୁ ଯାଆନ୍ତୁ ଏବଂ କେଶ ଖୋଲା ରଖନ୍ତୁ ନାହିଁ । ଜୁଡ଼ା କିମ୍ବା ପୋନିଟେଲ୍ ଷ୍ଟାଇଲ୍ରେ କେଶକୁ ବାନ୍ଧନ୍ତୁ ।
୨- ଅଧିକ ସମୟ ବାହାରେ ରହୁଥିଲେ ସନ୍ସ୍କ୍ରୀନ୍ ଲୋସନ୍ ଲଗାଇବାକୁ ଭୁଲନ୍ତୁ ନାହିଁ ।
୩- ହୋଲି ଦିନ କନଟାକ୍ଟ ଲେନ୍ସ ପିନ୍ଧନ୍ତୁ ନାହିଁ ।
୪- ରଙ୍ଗ ଖେଳିବା ପୂର୍ବରୁ କାନରେ ୨-୩ ଟୋପା ଉଷୁମ ସୋରିଷ ତେଲ ପକାଇଦିଅନ୍ତୁ । ଏହାଦ୍ୱାରା କାନ ଭିତର କିମ୍ବା କାନ ପାଖର ନରମ ତ୍ୱଚାରେ ରଙ୍ଗର କୁପ୍ରଭାବ ଦେଖାଯାଏ ନାହିଁ ।
୫- ଶୀଘ୍ର ଶୁଖିବା ଭଳି ସିଫନ୍ ଡ୍ରେସ୍ ପିନ୍ଧନ୍ତୁ । କାରଣ ଏଥିରେ କଲରଗୁଡ଼ିକର ପ୍ରଭାବ କମ୍ ଥାଏ ।
୬- ଏକଜିମା ଭଳି ସ୍କିନ୍ ଡିଜିଜ୍ ଥିଲେ ୱାଟର୍ କଲର୍ ଓ କେମିକାଲ୍ ରଙ୍ଗରୁ ସମ୍ପୂର୍ଣ୍ଣ ଦୂରେଇ ରହନ୍ତୁ ।