ପାଣିରେ ମିଶାଇ ପିଅନ୍ତୁ ଏହି ଜିନିଷ, ଖରାଦିନେ ଚମକିବ ଚେହେରା
ଧୀରେ ଧୀରେ ଖରା ବଢିଚାଲିଛି । ଏମିତି ସମୟରେ ଚେହେରା ଓ କେଶ ଜନିତ ସମସ୍ୟା ଅଧିକ ଦେଖାଦେଇଥାଏ । ଖରାଦିନରେ ଚମକଦାର୍ ତ୍ୱଚା ପାଇବାକୁ ହେଲେ ଆପଣଙ୍କୁ ନିଶ୍ଚିତଭାବେ ବିୟୁଟି ପାର୍ଲରର ସାହାରା ନେବାକୁ ପଡ଼ିଥାଏ । କିନ୍ତୁ ପାର୍ଲର୍ରେ ଅଯଥା ଖର୍ଚ୍ଚାନ୍ତ ହେବା ଭୟରେ ଝିଅମାନେ କିଛି ଘରୋଇ ବିୟୁଟି ଟିପ୍ସ ଆପଣାଇଥାନ୍ତି । ଏଥିପାଇଁ ବହୁତ ସମୟ ଦେବାକୁ ପଡ଼େ । ତେବେ ଉଭୟ ଟଙ୍କା ଓ ସମୟ ଖର୍ଚ୍ଚରୁ ଦୂରେଇ ରହି ମଧ୍ୟ ଆପଣ ଚମକଦାର୍ ତ୍ୱଚା ପାଇପାରିବେ । କେବଳ ଗୋଟିଏ ସରଳ ଉପାୟ ଦ୍ୱାରା ଚମକଦାର୍ ତ୍ୱଚା ପାଇବା ସମ୍ଭବ ।
ଏଥିପାଇଁ ଦରକାର କେବଳ ପାଣି । ଆପଣ ପାଣି ପିଇବା ସମୟରେ ସେଥିରେ କିଛି ଜିନିଷ ମିଶାଇ ଦିଅନ୍ତୁ । ଏହା ପିଇବା ଦ୍ୱାରା ତ୍ୱଚା ଚମକଦାର୍ ହେବା ସହିତ ଖରାଦିନେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ । ତାହେଲେ ଆସନ୍ତୁ ଜାଣିବା –
୧- ଏକ ବୋତଲ ପାଣିରେ ୨-୩ ଚାମଚ ପୁଦିନା ରସ ପକାଇ ପିଅନ୍ତୁ । ଏଥିରେ ଥିବା ମିଣ୍ଟ୍ ଚେହେରାକୁ ସୁନ୍ଦର ଓ ସତେଜ କରିବା ସହିତ ପେଟ ଗରମ ସମସ୍ୟାକୁ ଦୂର କରିଥାଏ ।
୨- ଲେମ୍ବୁ ପାଣି ତ ଖରାଦିନର ମୁଖ୍ୟ ପାନୀୟ ଭାବେ ବ୍ୟବହାର ହୋଇଥାଏ । କିନ୍ତୁ ଏଥିରେ ୨-୩ଟୋପା ଆପୁଲ୍ ସିଡାର୍ ଭିନେଗାର୍ ପକାଇ ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।
୩- ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣରେ ଭରପୁର ମହୁ ଏକ ଚାମଚ ନେଇ ପାଣିରେ ମିଶାଇ ପିଅନ୍ତୁ । ଖରାଦିନେ ହେଉଥିବା ବିଭିନ୍ନ ପ୍ରକାର ଏଲର୍ଜି ଓ ବ୍ରଣ ସମସ୍ୟାକୁ ଏହା ଦୂର କରିଥାଏ ।