ଖରାରେ ଚମକିମ ଚେହେରା, ଆଜିଠାରୁ ଅଭ୍ୟାସରେ ଆଣନ୍ତୁ ଏହି ବିୟୁଟି ଟିପସ
ଖରାଦିନ ଆସିଗଲାଣି । ଖରାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥାଏ ଚେହେରା ଓ କେଶ । ଖରାଦିନେ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଅଧିକ ଭାବେ ଦେଖାଦେଇଥାଏ । ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣ କିଛି ବିୟୁଟି ଟିପସ ଏବେଠାରୁ ନିଜ ରୁଟିନରେ ସାମିଲ୍ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ତ୍ୱଚା ଖରାଦିନେ ମଧ୍ୟ ସତେଜ ଦେଖାଯିବ । ତାହେଲେ ଆସନ୍ତୁ ଜାଣିବା –
୧- ତ୍ୱଚାକୁ ସୁନ୍ଦର ଓ ସତେଜ କରିବା ପାଇଁ ଅଧିକ ପ୍ରସାଧନ ସାମଗ୍ରୀର ବ୍ୟବହାର କରନ୍ତୁ ନାହିଁ । କାରଣ ଏଥିରେ ଥିବା କେମିକାଲ୍ ଖରା ସଂସ୍ପର୍ଶରେ ଆସିବା ମାତ୍ରେ ତ୍ୱଚାକୁ ସତେଜ କରିବା ବଦଳରେ ତ୍ୱଚାକୁ ଶୁଷ୍କ ତଥା ବିଭିନ୍ନ ସ୍କିନ୍ ସମସ୍ୟା ସୃଷ୍ଟି କରିଥାଏ । ଖରାଦିନେ ଅଧିକ ମେକ୍ଅପ୍ ମଧ୍ୟ ନିଅନ୍ତୁ ନାହିଁ ।
୨- ଖରାଦିନେ ଚମକଦାର୍ ତ୍ୱଚା ଚାହୁଁଥିଲେ ଅଧିକରୁ ଅଧିକ ପାଣି କିମ୍ବା ଜୁସ୍ ପିଅନ୍ତୁ । କିନ୍ତୁ ଖରାଦିନେ ଅଧିକ କୋଲଡ୍ରିଙ୍କସ୍ ବ୍ୟବହାର କରନ୍ତୁ ନାହିଁ ।
୩- ଦିନକୁ ୩ -୪ ଥର ମୁହଁକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ତ୍ୱଚା ଶୁଷ୍କ ଥିଲେ ମଧ୍ୟ ମଇଶ୍ଚରାଇଜର୍ କ୍ରୀମର ବ୍ୟବହାର ଆଦୌ କରନ୍ତୁ ନାହିଁ ।