ଲୋକାଲ୍‌ ପାଇଁ ଭୋକାଲ୍‌ ହେବାକୁ ହେବ: ମୋଦି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ସ୍ଥାନୀୟ ପ୍ରସ୍ତୁତି, ବଜାର ଏବଂ ଯୋଗାଣ ଶୃଙ୍ଖଳ ବାବଦରେ ଏହି କରୋନା ଆମକୁ ଶିଖାଇଛି। ସଙ୍କଟ ସମୟରେ ସ୍ଥାନୀୟ ବଜାର ଓ ପ୍ରସ୍ତୁତି ହିଁ ଆମ ଚାହିଦା ପୂରଣ କରିଛି ଆମକୁ ବଞ୍ଚାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ସମୟ ଆମକୁ ଶିଖାଇଛି ଯେ, ଆମକୁ ସ୍ଥାନୀୟ କ୍ଷେତ୍ରକୁ ହିଁ ଜୀବନର ମନ୍ତ୍ର କରିବାକୁ ହେବ।

କୌଣସି ଉତ୍ପାଦ ଯାହାକୁ ବ୍ରାଣ୍ଠଡ ବୋଲି କହୁଛନ୍ତି ତାହା ଦିନେ ଲୋକାଲ୍‌ରୁ ଆରମ୍ଭ ହୋଇଥିଲା।  ତାହା ଆଜି ଗ୍ଲୋବାଲ୍‌ ହୋଇଛି।

ଏଣୁ ଲୋକାଲ୍‌ ପାଇଁ ଭୋକାଲ୍‌ ହେବାକୁ ହେବ। ଖାଲି ଲୋକାଲ୍‌ ଉତ୍ପାଦ କିଣିଲେ ହେବନି ଏହାର ପ୍ରଚାର କରିବାକୁ ହେବ। ଆମ ଦେଶରେ ଏହା ହୋଇପାରିବ।

ମୁଁ ଗର୍ବର ସହ ଏହା ଅନୁଭବ କରୁଛି, ଯେତେବେଳେ ମୁ: ଦେଶବାସୀଙ୍କୁ ଖଦୀ କିଣିବାକୁ କହିଥିଲି, ଆପଣ ଦେଖନ୍ତୁ ଏହି କମ୍‌ ସମୟ ଭିତରେ ଆପଣ ଖଦୀ ଓ ହସ୍ତତନ୍ତ ଉଭୟର ବିକ୍ରି ଓ ଚାହିଦାକୁ ବଡ଼ ବ୍ରାଣ୍ଡରେ ଆପଣ ପରିଣତ କରିଛନ୍ତି। ଏହା ରେକର୍ଡ଼ ବିକ୍ରି କରିଛି।  ଏହି କଥା ଆଗକୁ ବିଭିନ୍ନ କ୍ଷେତଅରେ ହେବାକୁ ଅପେକ୍ଷା କରିଛି ଏବଂ କରୋନା ଏହା ଆମ ପାଇ ସୁଯୋଗ ଆଣିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *