ବାସ୍ତୁଦୋଷ ସୃଷ୍ଟି କରିଥାଏ ଖରାପ ବୈଦ୍ୟୁତିକ ଉପକରଣ, ଜାଣନ୍ତୁ ଏଭଳି ଆଉ କିଛି ଜିନିଷ ସମ୍ପର୍କରେ
ଘରେ ଥିବା ଯେ କୌଣସି ବୈଦ୍ୟୁତିକ ଉପକରଣ ଯଦି ଠିକ୍ ଭାବେ କାମ କରୁନାହିଁ କିମ୍ବା ଅଧା ଭାଙ୍ଗି ଯାଇଛି, ତାହେଲେ ତାହାକୁ ତୁରନ୍ତ ବଦଲାଇ ଦିଅନ୍ତୁ । କାମରେ ଆସୁନଥିବା ବୈଦ୍ୟୁତିକ ଉପକରଣକୁ ମଧ୍ୟ ଘରୁ ବାହାର କରିଦିଅନ୍ତୁ । ଏହା ବାସ୍ତୁଦୋଷ ସୃଷ୍ଟି କରିଥାଏ ବୋଲି ଶାସ୍ତ୍ରକାରମାନେ କହିଛନ୍ତି । ଏହା ବ୍ୟତୀତ ଆହୁରି କିଛି ଜିନିଷ ରହିଛି, ଯାହା ଦ୍ୱାରା ବାସ୍ତୁଦୋଷ ହୋଇଥାଏ । ତେବେ ଆସନ୍ତୁ ଜାଣିବା –
୧- ଘର ଭିତରେ ଯଦି କୌଣସି କୋଣରେ ମହୁଫେଣା ହୋଇଥାଏ, ତାହେଲେ ତାହାକୁ ଶୀଘ୍ର ବାହାର କରିଦିଅନ୍ତୁ । ଏହା ଶୁଭ ନୁହେଁ ବୋଲି କୁହାଯାଏ ।
୨- ଅନେକ ସମୟରେ ଘରର କାନ୍ଥରେ ଫାଟ ପଡ଼ିବା ଭଳି ଦେଖାଯାଏ । ଏହାକୁ ଚୁନ ଦ୍ୱାରା ସଫା କରନ୍ତୁ ।
୩- ଘରର ଛାତ ଉପରେ ଭଙ୍ଗା ଜିନିଷ କିମ୍ବା ଖାଲି ବୋତଲ ଜମା କରି ରଖନ୍ତୁ ନାହିଁ ।
୪- ଘରେ ପାରା ବସା ବାନ୍ଧିବା ଶୁଭ ନୁହେଁ ।
୫- କାନ୍ଥଘଣ୍ଟା ହେଉ କିମ୍ବା ହାତଘଣ୍ଟା, ଯଦି ବନ୍ଦ ଅଛି ତାହେଲେ ତାହାକୁ ଶୀଘ୍ର ଠିକ୍ କରାଇନିଅନ୍ତୁ ।
୬- ଘରର ମୁଖ୍ୟ ଦ୍ୱାରା ପାଖରେ କାକଟଶ୍ ଭଳି ଶୋ’ ଗଛ ଲଗାନ୍ତୁ ନାହିଁ ।