ଫୋନି ପ୍ରଭାବ: ସନ୍ଧ୍ୟା ୬ ଯାଏ ବ୍ୟାଙ୍କ ଖୋଲା
ଭୁବନେଶ୍ଵର, (ଓଟି): ପ୍ରଳୟଙ୍କରୀ ଫୋନି ପ୍ରଭାବ ହେତୁ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଅଞ୍ଚଳ ଗୁଡ଼ିକରେ ବ୍ୟାଙ୍କିଙ୍ଗ୍ ସେବା କାରବାର ସମୟକୁ ସମ୍ପ୍ରସାରଣ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍। ଅର୍ଥାତ୍ ଫୋନି ପ୍ରକୋପର ଶିକାର ହୋଇଥିବା ରାଜ୍ୟଗୂଡ଼ିକରେ ବ୍ୟାଙ୍କିଙ୍ଗ୍ କାରବାର ଏଣିକି ଅଧିକ ସମୟ ପର୍ଯ୍ୟନ୍ତ ଲାଗୁ ହେବ।
ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଜାରି ନିର୍ଦେଶ ଅନୁସାରେ ବାତ୍ୟା ପ୍ରଭାବିତ ଜିଲ୍ଲା ବ୍ୟାଙ୍କିଙ୍ଗ୍ ସେବା ୪ଟାରେ ବନ୍ଦ ନହୋଇ ୬ଟାଯାଏ ଚାଲୁ ରହିବ। ଏହାବାଦ୍ ଲୋକଙ୍କ ପାଖରେ ନଗଦ ଅର୍ଥକୁ ପହଞ୍ଚଇେବା ପାଇଁ ଚାଲୁଥିବା ଏଟିଏମ୍ଗୁଡ଼ିକରେ ଆବଶ୍ୟକ ଟଙ୍କା ମହଜୁଦ କରାଯାଇଛି। ଠିକ୍ ସେହିପରି ବିଭିନ୍ନ ସ୍ଥାନରେ ପିଓଏସ୍ ( ପଏଣ୍ଟ ହଫ୍ ସେଲ୍ସ) ବା ସ୍ଵାଇପ୍ ମସିନ୍ର ପ୍ରୟୋଗକୁ ପ୍ରୋତ୍ସାହନ କରିବା ପାଇଁ କୁହାଯାଇଛି।
ଯଦିଓ ମାତ୍ର ୫୦ ପ୍ରତିଶତ ଏଟିଏମ୍ ଏବେ କାର୍ଯ୍ୟ କରୁଛନ୍ତି କିନ୍ତୁ ସେଗୁଡ଼ିକ ପାଖରେ ଆବଶ୍ୟକ ନଗଦ ମହଜୁଦ କରାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଆର୍ବିଆଇ ଆଞ୍ଚଳିକ ନିର୍ଦେଶକ ମହେଶ ମଲ୍ କହିଛନ୍ତି।