ବିକିଙ୍କ ନୂଆ ନାୟିକା ବନିତା

‘ଉରି’ ପରେ ବିକି କୌଶଲ ବେଶ୍ ସଫଳତାର ସହ ଆଗକୁ ବଢ଼ିଚାଲିଛନ୍ତି । ଏବେ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ସରଦାର୍ ଉଧମ୍ ସିଂ’କୁ ନେଇ ଚାରିଆଡ଼େ ଚର୍ଚ୍ଚା । ସୁଜିତ୍ ସରାକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କିଛି ନା କିଛି ଅପଡେଟ୍ ସୋସିଆଲ୍ ମିଡିଆରେ ସେୟାର୍ ହେଉଛି । ଏହି ଧାରାରେ ଏବେ ଆଉ ଏକ ଖବର ମିଳିଛି ଫିଲ୍ମରେ ବିକିଙ୍କ ଅନସ୍କ୍ରିନ୍ ନାୟିକା ଭାବେ ବିନୀତାଙ୍କୁ ଦେଖିବାକୁ ମିଳିବ ।

ଏହାକୁ ନେଇ ବିନୀତା ବେଶ୍ ଖୁସି ଅଛନ୍ତି ଏବଂ ସ୍ୱାଧୀନତା ସଂଗ୍ରାମୀ ‘ସରଦାର୍ ଉଧମ୍ ସିଂ’ଙ୍କ ବାୟୋପିକରେ ଅଭିନୟ କରିବା ତାଙ୍କ ପାଇଁ ବେଶ୍ ଗୌରବର ବିଷୟ ବୋଲି କହିଛନ୍ତି । ବିକିଙ୍କ ଅଭିନୟର ପ୍ରଶଂସା କରିବା ସହ ବିନୀତା କହିଛନ୍ତି ଯେ ବିକିଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିବାର ସୁଯୋଗ ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଆଣିଦେବ । କିଛିଦିନ ତଳେ ବିକିଙ୍କ ଫାଷ୍ଟଲୁକ୍ ରିଲିଜ୍ କରାଯାଇଥିଲା । ଏହି ଫିଲ୍ମ ପାଇଁ ସେ ୧୩ କିଲୋ ଓଜନ କମ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଜାଳିୱାନାୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବାପାଇଁ ସରଦାର୍ ଉଧମ୍ ସିଂ ଇଂରେଜ ଅଧିକାରୀ ମାଇକେଲ୍ ଓ ଡାୟରଙ୍କ ହତ୍ୟା କରିଥିଲେ । ଇଂରେଜ ଶାସକ ତାଙ୍କୁ ହତ୍ୟାକାରୀ ଭାବେ ଫାଶୀ ଦେଇଥିଲେ । ଫିଲ୍ମର କାହାଣୀ ଏହି କଥାବସ୍ତୁ ଉପରେ ଆଧାରିତ ।

Leave a Reply

Your email address will not be published. Required fields are marked *