କେନ୍ଦ୍ରାପଡ଼ାରେ ବାଂଳାଦେଶୀ ଅନୁପ୍ରବେଶକାରୀ ନୁହଁନ୍ତି!
କେନ୍ଦ୍ରାପଡା଼, (ଓଟି): ନାଗରିକତ୍ଵ ଆଇନ (ସଂ ଶୋଧନ) ବାବଦରେ ଜନସଚେନତା ସୃଷ୍ଟି କରି ଓଡ଼ିଶା ବିଜେପି ଏଠାରେ ଥିବା ବାଂଲାଦେଶୀଙ୍କୁ ଆଶ୍ଵସ୍ତି ପ୍ରଦାନ କରିଛି। ପିଢ଼ି ପରେ ପିଢ଼ି ଏଠାରେ ଜୀବନ ତୋଳିଥିବା ବାଂଲାଦେଶୀଙ୍କ ଉପରୁ ଅନୁପ୍ରବେଶକାରୀ ଚିହ୍ନ ହଟାଇବା ଏହି ଆଇନର ଉଦ୍ୟଶ୍ୟ ବୋଲି ବିଜେପି କହିଛି।
ସାରା ଦେଶରେ ରବିବାର ଠାରୁ ସିଟିଜେନ ଆମେଣ୍ଡମେଂଟ ବିଲ ଲାଗୁ ହେବା ପରିପ୍ରକ୍ଷେୀରେ ଏହି ଆଇନ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦର ଅବସାନ ପାଇଁ ବିଜେପି ପକ୍ଷରୁ ଜନଜାଗରଣ ଅଭିଯାନ କରାଯାଇ ଲୋକଙ୍କୁ ବୁଝାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ମହାକଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଠାରେ ରାମଚଣ୍ଡୀ ନିକଟରେ ବିଜେପି ପକ୍ଷରୁ ଜନଜାଗରଣ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ସଭାରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଯୋଗ ଦେଇ ସିଏଏ ଆଜି ଠାରୁ ସାରା ଦେଶରେ ଲାଗୁ ହୋଇଥିବା ସୂଚନା ଦେବା ସହ ଏହି ଆଇନ ଲାଗୁ ହେବା ପରେ ଜିଲ୍ଲାର ରାଜନଗର, ମହାକଳପଡ଼ା ଓ ପଟାମୁଣ୍ଡାଇ ବ୍ଲକ ଅଂଚଳରେ ବାସ କରୁଥିବା ହିନ୍ଦୁ ବଂଲାଦେଶୀମାନେ ଦେଶର ନାଗରିକତ୍ୱ ପାଇବାର ବାଟ ପରିଷ୍କାର ହୋଇ ଯାଇଛି ଓ ସେମାନଙ୍କ ଠାରେ ଲାଗିଥିବା ଅନୁପ୍ରବେଶକାରୀର ଦାଗ ଲିଭି ଯାଇଛି ବୋଲି କହିଛନ୍ତି ।
ଗତ ୨୦୦୩ ମସିହାରେ ଏହି ଅଂଚଳରୁ ୧୫୫୧ ଜଣ ବଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ ଦିଆଯାଇଥିଲା । କିନ୍ତୁ ସିଏଏ ଲାଗୁ ହେବା ପରେ ଏହି ନୋଟିସ ଆପେ ଆପେ ଅକାମୀ ହୋଇଯାଇଛି । ଯେଉଁମାନେ ଏହି ନୋଟିସ ପାଇଥିଲେ ସେମାନେ ଆବେଦନ କରି ଦେଶର ନାଗରୀକ ହୋଇପାରିବେ ବୋଲି କୁଲସ୍ତେ କହିଛନ୍ତି । ପଡ଼ୋଶୀ ବଂଲାଦେଶ, ପାକିସ୍ଥାନ ଓ ଆ‘ଗାନସ୍ଥାନରୁ ଧର୍ମୀୟ ନିର୍ଯ୍ୟାତନାର ଶୀକାର ହୋଇ ଭାତ ଆସିଥିବା ଲୋକଙ୍କୁ ନାଗରୀକତା ପ୍ରଦାନ ପାଇଁ ସିଏଏ ଉଦ୍ଦିଷ୍ଟ ଓ ଏହି ୩ ଦେଶରୁ ଆସିଥିôବା ମୁସଲମାନଙ୍କୁ ନାଗରିକତା ଦିଆଯିବ ନାହିଁ, କିନ୍ତୁ ଦେଶରେ ସ୍ଥାୟୀ ଭାବେ ବାସ କରୁଥିôବା ମୁସଲମାନଙ୍କ ପାଇଁ ଆଇନରେ କୌଣସି ସମସ୍ୟା ନାହିଁ ବୋଲି ଜନଜାଗରଣ ସଭାରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ପ୍ରଭାତୀ ପରିଡ଼ା ପ୍ରମୁଖ କହିବା ସହ କିଛି ଦେଶ ବିରୋଧୀ ଲେକେ ଆଇନ ସମ୍ପର୍କରେ ଲୋକଙ୍କ ଭିତରେ ଭୁଲ ଧାରଣ ସୃଷ୍ଟି କରି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ କୁଲସ୍ତେ କିଛି ବଙ୍ଗଭାଷୀଙ୍କ ଘରକୁ ଯାଇ ଖାଇବା ସହ ଆଇନ ସମ୍ପର୍କରେ ତାଙ୍କୁ ବୁଝାଇଥିଲେ ।