ସୁସ୍ଥ କେଶ ପାଇଁ ହେୟାର୍ ମାସ୍କ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ
ଆଜିକାଲିର ପରିବର୍ତ୍ତିତ ଜୀନଶୈଳୀ ଓ ପ୍ରଦୂଷଣ କେଶକୁ ରୁକ୍ଷ କରିବା ସହିତ ରୁପି ସମସ୍ୟା ବଢାଇଥାଏ । କେଶ ଝଡ଼ିବା ଓ କେଶ ଫାଟିବା ସମସ୍ୟା ଚେହେରାର ସୁନ୍ଦରତାକୁ ପୁରା ଫିକା କରିଦିଏ । ଏ ସବୁ ସମସ୍ୟା ଦୂର କରିବା ପାଇଁ କେଶର ବିଶେଷ ଯତ୍ନ ନେବା ନିହାତି ଜରୁରୀ। ନହେଲେ ଅସମୟରୁ କେଶ ପାଚିବା ସମସ୍ୟା ମଧ୍ୟ ଦେଖାଦେଇପାରେ । ତେଣୁ କେଶକୁ ସୁସ୍ଥ, ସୁନ୍ଦର, ଘନା ଓ କଳା ରଖିବା ପାଇଁ ଆପଣ ଏକ ମାସ୍କ ପ୍ରସ୍ତୁତ କରି କେଶମୂଳରେ ଲଗାନ୍ତୁ । ମାକ୍ସ ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ଅତ୍ୟନ୍ତ ସରଳ ଏବଂ ସାମାନ୍ୟ ଖର୍ଚ୍ଚରେ ଆପଣ ଏହାକୁ ଘରେ ପ୍ରସ୍ତୁତ କରିପାରିବେ ।
ତାହେଲେ ଆସନ୍ତୁ ଜାଣିବା – ଗୋଟିଏ ବଡ଼ ପାଚିଲା କଦଳୀକୁ ଗ୍ରାଇଣ୍ଡ୍ କରି ସେଥିରେ ୨ ଚାମଚ ଦହି ଓ ୧ ଚାମଚ ମହୁ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହି ପେଷ୍ଟକୁ ଏକ ବ୍ରସ୍ ସାହାଯ୍ୟରେ କେଶ ଓ କେଶ ମୂଳରେ ଭଲ ଭାବେ ଲଗାନ୍ତୁ।
ସମ୍ପୂର୍ଣ୍ଣ ଭାବେ ଲାଗିବା ପରେ ମୁଣ୍ଡରେ ସାୱାର୍ କ୍ୟାପ୍ ଲଗାଇ ପ୍ରାୟ ଅଧଘଣ୍ଟା ଛାଡ଼ି ଦିଅନ୍ତୁ । ଏହାପରେ କୌଣସି ସାମ୍ପୁରେ ଭଲ ଭାବେ କେଶ ସଫା କରନ୍ତୁ । ସପ୍ତାହରେ ୨-୩ ଥର ଏହି ହେୟାର୍ ମାକ୍ସ୍ ଲଗାଇବା ପାଇଁ ଚେଷ୍ଟା କରନ୍ତୁ । ୧ ମାସ ମଧ୍ୟରେ ଆପଣ ଫରକ ଜାଣିପାରିବେ ।