୧୦ ଦିନରେ ସର୍ଜିକାଲ ଷ୍ଟ୍ରାଇକ ପ୍ରସ୍ତୁତି
ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପ ନିକଟରେ ବୋମା ବର୍ଷା କରି ପୁଲୱାମା ଆକ୍ରମଣର ଭାରତ ପାକିସ୍ତାନକୁ କଡା ଯବାବ ଦେଇଛି। ଭାରତର ୧୨ ମିରାଜ ବିମାନ ସମୁଦାୟ ୧୦୦୦ କିଲୋରୁ ଅଧିକ ବୋମା ବର୍ଷା କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରି ଦେଇଛି। କିନ୍ତୁ ଏହା ସବୁ ଅଚାନକ ହୋଇ ନାହିଁ। ଏଥିପାଇଁ ବାୟୁସେନା ୧୦ ଦିନ ଧରି ପ୍ରସ୍ତୁତି କରିଥିଲା।
୧୬ ରୁ ୨୦ ଫେବୃଆରୀ- ଭାରତୀୟ ବାୟୁସେନା ଏବଂ ସ୍ଥଳ ସେନା ମିଶି ଡ୍ରୋନ ଜରିଆରେ ଏଲଓସିରେ ସର୍ବେକ୍ଷଣ କରିଥିଲେ।
୨୧ଫେବୃଆରୀ- ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶକ ଅଜିତ ଡୋଭାଲ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ସୂଚନା ଦେଲେ।
୨୨ଫେବୃଆରୀ – ବାୟୁସେନାର ଏକ ସ୍କ୍ୱାର୍ଡନ ଟାଇଗର୍ସ ଏବଂ ସାତ ସ୍କ୍ୱାର୍ଡନ ବ୍ୟାଟେଲ ଏକ୍ସେଜକୁ ସକ୍ରିୟ କରାଯାଇଛି। ଦୁଇ ମିରାଜ ସ୍କ୍ୱାର୍ଡନ ୧୨ ବିମାନକୁ ମିଶନ ପାଇଁ ଚୟନ କରାଗଲା।
୨୪ ଫେବୃଆରୀ – ମଧ୍ୟଭାରତରେ ପରୀକ୍ଷଣ କରାଗଲା। ୨୬ ଫେବୃଆରୀ – ସାଢେ ତିନିଟାରେ ଭାରତୀୟ ବାୟୁସେନାକୁ ମାରକ ମିରାଜ ବିମାନ ପାକିସ୍ତାନ ଅଧୀକୃତ କାଶ୍ମୀରରେ ପଶି ୧୨ ଆତଙ୍କୀ ଠିକଣା ସ୍ଥଳରେ ଧ୍ୱଂସ କରିଦିଆଗଲା