ସବୁଠୁ ବଡ଼ ଋଣୀ: ନବଜ୍ୟୋତିଙ୍କ ନାଁରେ ୧୦୭ କୋଟି ଟଙ୍କା ଋଣ

ବାଲେଶ୍ଵରର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ହେଉଛନ୍ତି ୪ର୍ଥ ପର୍ଯ୍ୟାୟ ନିର୍ବାଚନର ସବୁଠାରୁ ଅଧିକ ଋଣୀ ପ୍ରାର୍ଥୀ। ତାଙ୍କ ନାଁରେ ୧୦୭ କୋଟି ଋଣ ରହିଛି। ସେହିପରି ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭିତରେ ଯେଉଁତିନିଜଣଙ୍କୁ ସର୍ବୋଚ୍ଚ ରୋଜଗାରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ସେମାନଙ୍କ ଭିତରେ ତୃତୀୟ ସ୍ଥାନରେ ରହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ତାଙ୍କର ବାର୍ଷିକ ଆୟ ହେଲା ୯ କୋଟି ଟଙ୍କା। ଏବଂ ସମୁଦାୟ ସମ୍ପତ୍ତି ପରିମାଣ ହେଉଛି ୫୭ କୋଟି ଟଙ୍କା।

ନିର୍ବାଚନ କମିଶନଙ୍କ ପାଖରେ ନାମାଙ୍କନ ଦାଖଲ ବେଳେ ଯେଉଁ ସତ୍ୟପାଠ ଦାଖଲ ହୋଇଛି ତାହାକୁ ବିଶ୍ଳେଷଣ କରି ନ୍ୟାସନାଲ୍‌ ଇଲେକ୍ସନ ୱାଚ୍‌ ଏବଂ ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ ଏହି ତଥ୍ୟ ପ୍ରକାଶ କରିଛନ୍ତି।

ଏପ୍ରିଲ୍‌ ୨୯ ତାରିଖରେ ହେବାକୁ ଥିବା ନିର୍ବାଚନରେ ୯୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ଭିତରୁ ୯୨୮ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରାଯାଇଛି। ବିଭିନ୍ନ କାରଣରୁ ଅନ୍ୟମାନଙ୍କ ସତ୍ୟପାଠ ସମ୍ପୂଣ୍ଣ ବିଶ୍ଳେଷଣ ହୋଇପାରି ନାହିଁ।

ଏହି ପ୍ରାର୍ଥୀଙ୍କ ଭିତରୁ ୨୩% ଅର୍ଥାତ୍‌ ୨୧୦ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି। ୧୫୮ ଜଣ ସଙ୍ଗୀନ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ରହିଛି। ୩୩ ପ୍ରତିଶତ ଅର୍ଥାତ୍‌ ୩୦୬ ଜଣ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ଜଣେ ପ୍ରାଥ;ୀଙ୍କ ମୁଣ୍ଡପିଛା ସମ୍ପତ୍ତି ହେଉଛି ହାରାହାରା ୪କୋଟି ୫୩ ଲକ୍ଷ।

ମଧ୍ୟପ୍ରଦେଶର ଛିଣ୍ଡୱାଡ଼ା ସାଂସଦ ପ୍ରାର୍ଥୀ ନକୁଳ ନାଥ ହେଉଛନ୍ତି ସର୍ବାଧିକ ଧନୀ। ତାଙ୍କ ପାଖଷର ୬୬୦ କୋଟି ଟଙ୍କାର ସମ୍ପତ୍ତି ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

ସେହିପରି ଯେଉଁ ପ୍ରାର୍ମାଥୀନେ ସମ୍ପତ୍ତି ହୀନ ବୋଲି ସତ୍ୟପାଠ କରିଛନ୍ତି ସେମାନେ ହେଲେ ମହାରାଷ୍ଟ୍ରର ପ୍ରୀନ୍ସକୁାମର, ବାବନ ସୋପାନ ଠୋକେ। ଏବଂ ରାଜସ୍ଥାନର ବାବନ ସୋପାନ ଠାକେ। ଏମାନଙ୍କ ପାଖରେ ସ୍ଥାବର ସମ୍ପତ୍ତି ବୋଲି କିଛି ନାହିଁ। ଆଉ ଯାହା ସମ୍ପତ୍ତି ରହିଛି ତାହା ୧୦୦୦ ଟଙ୍କାରୁ ବି କମ୍‌।

ଓଡ଼ିଶା ଏହି ତାଲିକାରେ ସ୍ଥାନ ପାଇଛି। ସେମାନଙ୍କ ଭିତରେ ଓଡ଼ିଶାର ବାଲେଶ୍ଵର ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀଙ୍କ ନାଁ ସାମିଲ୍‌ ରହିଛି। ବାଲେଶ୍ଵର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନାଁରେ ଥିବା ସମ୍ପତ୍ତି ମୂଲ୍ୟ ହେଉଛି ୧୦୪ କୋଟି ଟଙ୍କାରୁ ଅଧିକ । କିନ୍ତୁ ସେ ସମସ୍ତ ପ୍ରାର୍ଥୀଙ୍କଠୁ ଅଧିକ ଋଣୀ। ତାଙ୍କ ନାଁରେ ଥିବା ଋଣ ପରିମାଣ ହେଉଛି ୧୦୭ କୋଟି ୯୫ ଲକ୍ଷ ୮୨ ହଜାର।

କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟପନ୍ତ ପଣ୍ଡାଙ୍କ ଦୈନିକ ଆୟ ହେଉଛି ୨୬ ଲକ୍ଷ ୧୫ ହଜାର ୪୭୪ ଟଙ୍କା। ୨୦୧୭-୧୮ ଆର୍ଥିକବର୍ଷର ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି।

Leave a Reply

Your email address will not be published.