ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଆଜି ରାତି ୧୦ଟାରୁ ସଟଡାଉନ୍

ଭୁବନେଶ୍ୱର(ଓଟି): ମହାମାରୀ କରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୩ ଜିଲ୍ଲାରେ କରୋନା ମାମଲା ବଢୁଥିବା ବଢ଼ୁଥିବା ଦୃଷ୍ଟିରୁ ଆଗାମୀ ୨୬ ତାରିଖ ଯାଏଁ ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି।

ଆଜି ରାତି ୧୦ ଟାରୁ ୨୬ ତାରିଖ ସକାଳ ୧୦ ଟା ଯାଏଁ ଏହି ସଟଡାଉନ ବଳବତ୍ତର ରହିବା ନେଇ ଘୋଷଣା ହୋଇଛି। ତେଣୁ ଜନସାଧାରଣ ସମସ୍ତ ନିୟମ ମାନିବାକୁ ନିବେଦନ କରାଯାଇଛି।

କେତୋଟି ବଛା ବଛା ମେଡିସିନ୍‌ ଷ୍ଟୋର୍‌କୁ ଛାଡ଼ିଦେଲେ ଆଉ ସବୁ କିଛି ବନ୍ଦ ରହିବ। ଏଥିଲାଗି ଜିଲ୍ଲା ପ୍ରାଶାସନ ଅନୁମୋଦନ କରିବେ।

ଭୁବନେଶ୍ଵରରେ ଏହା ପୂର୍ବରୁ ଶଟ୍‌ଡାଉନ୍‌ ଆଦେଶ କାର୍ଯ୍ୟକାରୀ ହୋଇଥିଲା। ଏହି ସମୟରେ ଯେଉଁ ବ୍ୟକ୍ତି ଘର ବାହାରକୁ ବାହାରିଥିଲେ ତାଙ୍କୁ ପୁଲିସ କୋଭିଡ-୧୯ ନିୟମାବଳୀ ଅନୁସାରେ ଗିରଫ କରିଥିଲେ। ଏପରିକି ପୁଲିସ ପକ୍ଷରୁ ଏହିଭଳି ଲୋକଙ୍କୁ ୧୪ ଦିନର ହସ୍‌ପିଟାଲ୍‌ ଆସୋଲେସନ୍‌ ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଥିଲା।

ଗଲଶ ତିନିଦିନ ହେଲା ଯାଜପୁର, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ପଶ୍ଚିମବଙ୍ଗରୁ ଅନେକ ଲୋକ ଏହି ତିନି ଜିଲ୍ଲାରେ ଲକ୍‌ଡାଉନ୍‌ ସମ୍ରରେ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି। ଶଟ୍‌ଡାଉନ୍‌ କାଳରେ ଏହି ଲୋକମାନଙ୍କୁ ଠାବ କରି ଅବାଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

Leave a Reply

Your email address will not be published. Required fields are marked *