ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ

ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କେତେକ ସର୍ତ୍ତ ସହ ୫୦ ହଜାର ଟଙ୍କା ଲେଖାଏଁ ଦୁଇଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ପ୍ରଦାନ କରାଯାଇଛି । କୋର୍ଟ ରଖିଥିବା ବିଭିନ୍ନ ସର୍ତ୍ତ ମଧ୍ୟରେ ରହିଛି ସେ ସାକ୍ଷୀମାନଙ୍କୁ ଧମକେଇବା ବା ପ୍ରଭାବିତ କରିବେ ନାହିଁ ଓ ପୁଲିସକୁ ତଦନ୍ତରେ ସହଯୋଗ କରିବେ । ସ୍ୱାସ୍ଥ୍ୟଗତ କାରଣରୁ ସେ ଏବେ ଡାକ୍ତରଖାନାରେ ରହିଛନ୍ତି ।

ଶନିବାର ସ୍ଵତନ୍ତ୍ର ପ୍ରାଧିକୃତ କୋର୍ଟ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ। କୋର୍ଟ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତରେ ସହଯୋଗ କରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତନ କରିବା ସର୍ତ୍ତରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ  ଏପ୍ରିଲ ୨୪ରେ ତାଙ୍କର ଜାମିନ ଆବେଦନକୁ କୋର୍ଟ ଏପ୍ରିଲ ୨୭କୁ ଘୁଞ୍ଚାଇ ଦେଇଥିଲେ। 

ଉଲ୍ଲେଖଯୋଗ୍ୟ,  ଏସଏସଟି ଟିମ ଓ ମାଜିଷ୍ଟ୍ରେଟଙ୍କୁ ମାଡ ମାରିବା ମାମଲାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପିପିଲି ପୋଲିସ ଗିରଫ କରିଥିଲା। ଏହା ପରେ ମହାରଥୀଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ମାତ୍ର ସେଠାରେ ସେ ବେହୋସ୍ ହୋଇ ହୋଇ ପଡ଼ିଥିଲେ। ଏହା ପରେ ମହାରଥୀଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ଵର ସ୍ଵତନ୍ତ୍ର ପ୍ରାଧିକୃତ କୋର୍ଟରେ ହାଜର କରାଯାଇଥିଲା।  ଭୁବନେଶ୍ଵର ସ୍ଵତନ୍ତ୍ର କୋର୍ଟରେ ହାଜର ହେବା ପରେ ମହାରଥୀ ଅସୁସ୍ଥତା କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ। 

କର୍ତ୍ତବ୍ୟରତ ଅବସ୍ଥାରେ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ମାଜିଷ୍ଟ୍ରେଟଙ୍କ ବୟାନ ପରେ ପୁଲିସ ବିଧାୟକ ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଡାକି ପଚରାଉଚରା କରିବା ପରେ ଗିରଫ କରିଥିଲା । ମହାରଥୀଙ୍କ ବିରୋଧରେ ଧାରା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ଦଫା ୧୭୧ ବି, ୧୮୬ ଏବଂ ୧୨୩ ଆଧାରରେ ମାମଲା ରୁଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *