ବେପାର ପାଇଁ ବିଜେପି ଗଲେ ବୈଜୟନ୍ତ: ବିଜେଡି
ଭୁବନେଶ୍ଵର, (ଓଟି):ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ( ଜୟ) ପଣ୍ଡା ବିଜେପିରେ ଯୋଗ ଦେବାର ଅଳ୍ପ କିଛଇ ସମୟ ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପୟକାଶ ପାଇଛି। ଦଳର ମୁଖପାତ୍ର ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ବୈଜୟନ୍ତଙ୍କ ଯୋଗଦାନ କେବଳ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ବଞ୍ଚାଇବା ଲାଗି ଉଦ୍ଦିଷ୍ଟ। ବୈଜୟନ୍ତଙ୍କୁ ଜଣେ ଦାଗୀ ନେତା ବୋଲି ଅଭିହିତ କରିବା ସହ ପୂର୍ବରୁ ତାଙ୍କ ପରି ଅନେକ ନେତାଙ୍କୁ ବିଜେପି ଆପଣାଇଥିବା ସେ କହିଛନ୍ତି। ଏହିକ୍ରମରେ ସେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ ମୁକୁଲ୍ ରାୟଙ୍କ କଥା ଉଲ୍ଲେଖ କରିଛନ୍ତି।
ଏକ ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀ ଜେନା କହିଛନ୍ତି, ବୈଜୟନ୍ତ ନିଜର କଳା ସାମ୍ରାଜ୍ୟକୁ ସୁରକ୍ଷା ଦେବାକୁ ଯାଇ ବିଜେପିରେ ଯୋଗ ଦେଇଛନ୍ତି। ସେ ଜାଣିଛନ୍ତି ଯେ ତାଙ୍କ କଳାଧନ କାରବାର ବାବଦରେ ଇଡି, ସିବିଆଇ ଏବଂ ଆୟକର ବିଭାଗ ପାଖରେ ଅଭିଯୋଗ ଦା୍ରର ହୋଇଛଇ। ଏଣୁ ସେ ୨୦୧୪ ମସିହାରୁ ବିଜେପିରେ ଯୋଗ ଦେବା ଲାଗି ଚିନ୍ତା କରିଥିଲେ’।
ବୈଜୟନ୍ତ ଗଣମାଧ୍ୟମରେ ନିଜସ୍ଵ ସ୍ତମ୍ଭ ଏବଂ ପ୍ରସଙ୍ଗ ଭିତ୍ତିକ ଆଲେଖ୍ୟ ପ୍ରକାଶ କରି ବିଜେପିକୁ ପୂର୍ବରୁ ଅନେକଥର ପ୍ରଂସା କରିଛନ୍ତି। ପାର୍ଟି ବିରୋଧୀ କାମ କରିବା ଅଭିଯୋଗରେ ତାଙ୍କୁ ୨୬ ଜାନୁୟାରୀ ୨୦୧୮ରେ ଦଳରୁ କାଢ଼ି ଦିଆଯାଇଥିଲା।
ଏ ଭିତରେ ବିଜେଡି ବୈଜୟନ୍ତ ଓ ବିଜେପି ଭିତରେ ଥିବା ଭିତିର ସମ୍ପର୍କ ବାବାଦରେ ଯାହା ବି କହୁଥିଲା ତାହା ପ୍ରମାଣିତ ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି।