ବିଜେପିରେ ବୈଜୟନ୍ତ
ଆଜି ଦିଲ୍ଲୀରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଶ୍ରୀ ଶାହ ତାଙ୍କୁ ନିଜ କାର୍ଯ୍ୟାଳୟରେ ଫୁଲ ତୋଡ଼ା ଦେଇ ପ୍ରଥମେ ଦଳକୁ ସ୍ଵାଗତ କରିଥିଲେ। ସେହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ଶାହ ବୈଜୟନ୍ତଙ୍କୁ ବିଜେପି ଉତ୍ତରୀୟ ପିନ୍ଧାଇବା ସହ ଦଳକୁ ସ୍ଵାଗତ ସ୍ଵରୂପ ଆଲିଙ୍ଗନ କରିଥିଲେ।

ଏହାପରେ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହ ଦେଓ, ବସନ୍ତ ପଣ୍ଡା ପ୍ରମୁଖ ବୈଜୟନ୍ତଙ୍କ ଦଳରେ ମିଶିବା ନେଇ ଘୋଷଣା କରିଛନ୍ତି। ନିର୍ବାଚନର ସନ୍ଧିକ୍ଷଣରେ ବୈଜୟନ୍ତ ଏବେ ରାଜ୍ୟ ବିଜେପି ପାଇଁ ଆଶାର ଆଲୋକ ସାଜିଛନ୍ତି ।
ଏହାଦ୍ଵାରା ବିଜେଡି ଛାଡିବା ପରେ ବୈଜନ୍ତ କେଉଁ ଦଳକୁ ଯିବେ କି ଆଞ୍ଚଳିକ ଦଳ ଗଠନ କରିବେ ତାକୁ ନେଇ ଚାଲିଥିଲା ନାନା କଳ୍ପନା ଜଳ୍ପନ । ଏବେ ଏସବୁର ଅନ୍ତ ଘଟଛି।
ପ୍ରଥମେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଆଲୋଚନା କରିଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା। ବୈଜୟନ୍ତଙ୍କ ସମର୍ଥକମାନେ ମଧ୍ୟ ବିଜେପିରେ ମିଶିବାର ବାଟ ପ୍ରଶସ୍ତ ହୋଇଯାଇଛି । ବୈଜୟନ୍ତଙ୍କ ସହ ଥିବା ଅନେକ ବିଧାୟକ ଆଶାୟୀଙ୍କୁ ବୈଜୟନ୍ତ ବିଜେପି ଟିକେଟ ଦେବାର ଭରସା ଦେଇଥିବା ମଧ୍ୟ ଜାଣିବାକୁ ମିଳିଛି । ବିଜେପିରେ ଯୋଗଦେବା ପରେ ବୈଜୟନ୍ତ କେନ୍ଦ୍ରାପଡ଼ାରୁ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି ।

ସୂଚନାଯୋଗ୍ୟଯେ, ପ୍ରାୟ ବର୍ଷେ କାଳ ବୈଜୟନ୍ତ ନିଜର ରାଜନୈତିକ ଭବିଷ୍ୟତ ଓ ଲକ୍ଷ୍ୟ ନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିପାରୁନଥିଲେ। ପ୍ରାରମ୍ଭରେ ସେ ବିଜେପିରେ ଯୋଗଦେବା ନିଶ୍ଚିତ ଥିବା କୁହାଯାଉଥିଲେ ମଧ୍ୟ ସେଭଳି ହୋଇନଥିଲା। ତାଙ୍କ ପାଇଁ ସବୁ ବିକଳ୍ପ ଖୋଲା ରହିଛି ବୋଲି ବୈଜୟନ୍ତ କହି ଆସୁଥିଲେ। ବିଜେପିରେ ସେ ମିଶିବା ପାଇଁ ଯେଉଁ ସର୍ତ ରଖିଥିଲେ ତାହାକୁ ରାଜ୍ୟ ବିଜେପିର କେତେକ ନେତା ଗ୍ରହଣ କରିପାରିନଥିଲେ। ଫଳରେ ଷୋଳ ଅଣା ଇଚ୍ଛା ଥାଇବି ବୈଜୟନ୍ତ ବିଜେପିରେ ଯୋଗଦେଇପାରୁନଥିଲେ। ବିଜେପିରେ ଯୋଗଦାନ ପ୍ରକ୍ରିୟା ବିଳମ୍ବିତ ହେବାରୁ ବୈଜୟନ୍ତ ଆଂଚଳିକ ଦଳ ଗଠନ ନେଇ ପ୍ରୟାସ ଆରମ୍ଭ କରିଥିଲେ।