ବୈଜୟନ୍ତ ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର

ଗତ ୪ ତାରିଖରେ ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କୁ ଦଳର ୨ଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦପଦବୀରେ ଦାୟିତ୍ୱ ମିଳିଛି। ବୈଜୟନ୍ତଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ସହିତ ଦଳର ରାଷ୍ଟ୍ରୀୟ ମୁଖପାତ୍ର ମଧ୍ୟ କରାଯାଇଛି। ବିଜେପି ସଭାପତି ଅମିତ ଶାହା ଏହି ଦାୟିତ୍ୱ ଦେଇଛନ୍ତି।

ମହାଶିବରାତ୍ରୀ ଦିନ ବିଧିବଦ୍ଧ ଭାବେ ବୈଜୟନ୍ତ ବିଜେପିରେ ସାମିଲ ହୋଇଥିଲେ। ତେବେ ଯୋଗଦେବା ପରଠାରୁ ତାଙ୍କୁ ବିଜେପି କେଉଁ ଦାୟିତ୍ୱ ଦେବ ସେନେଇ ବେଶ ଚର୍ଚ୍ଚା ଆଲୋଚନା ହେଉଥିଲା। ଏବେ ତାଙ୍କୁ ଜାତୀୟସ୍ତରର ବଡ଼ ଦାୟିତ୍ୱ ଦିଆଯାଇଛି। ଫଳରେ ବୈଜୟନ୍ତଙ୍କ ଦବଦବା ବିଜେପିରେ ରହିଛି ବୋଲି ସ୍ପଷ୍ଟ ହୋଇଯାଇଛି।

Leave a Reply

Your email address will not be published. Required fields are marked *