ଇନଷ୍ଟାଗ୍ରାମ୍ ଡେବ୍ୟୁ କଲେ ବାହୁବଳୀ
ବାହୁବଳୀ ଫେମ୍ ପ୍ରଭାସଙ୍କ ଅଗଣିତ ପ୍ରଶଂସକ ଏବେ ବହୁତ ଖୁସି ଜଣାପଡ଼ୁଛନ୍ତି । ଏହାର କାରଣ କ’ଣ ଜାଣିଛନ୍ତି କି? ଏହାର କାରଣ ହେଉଛି ପ୍ରଭାସ ଏବେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି । କିନ୍ତୁ ତାଙ୍କ ଆକାଉଣ୍ଟରେ ବ୍ଲୁଟିକ୍ ଆସିବା ଡେରି ଅଛି । ଇନଷ୍ଟାଗ୍ରାମରେ ଆକାଉଣ୍ଟ୍ ଖୋଲିବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ପ୍ରଭାସଙ୍କର ୮୫୦କେରୁ ଊଦ୍ଧ୍ୱର୍ ଫଲୋର୍ସ ଅଛନ୍ତି । ଇନଷ୍ଟାଗ୍ରାମର ପ୍ରଥମ ପୋଷ୍ଟ୍ ଭାବରେ ପ୍ରଭାସ ଏକ ଖଣ୍ଡା ଧରି ଆକ୍ସନ୍ ମୁଡର ଏକ ଫଟୋ ସେୟାର୍ କରିଥିଲେ । ଏହି ଫଟୋ ବେଶ୍ ଷ୍ଟାଇଲିସ୍ ଓ ଏର୍ନଜେଟିକ୍ ଲାଗୁଛି । ଏଭଳି ଏକ ଦମଦାର୍ ଫଟୋ ପାଇଁ ପ୍ରଶଂସକ ମଧ୍ୟ ଏଥିରେ ଦମଦାର୍ କମେଣ୍ଟ୍ ଦେଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ଯେ – ‘ଷ୍ଟାଇଲ୍ କା ବାପ୍, ଆଟିଟ୍ୟୁଡ୍ କା କିଙ୍ଗ୍, ମାଇ ଲଭଲି ପ୍ରଭାସ ଆନ୍ନା’ । ଆଉ ଜଣେ ପ୍ରଶଂସକଙ୍କ କମେଣ୍ଟ୍ ହେଉଛି – ଖୁସି କେ ଆଶୁଁ ନେହିଁ ରୋକ୍ ପାୟା, ବସ୍ ଅବ୍ ଫଟୋ ପର୍ ଟ୍ରାଫିକ୍ କା ଇନ୍ତଜାର୍ ହେ ଆନ୍ନା’ । ଏ ଆର୍ ମୁରୁଗଦାସଙ୍କ ନିର୍ଦ୍ଦେଶିତ ‘ବାହୁବଳୀ’ ପ୍ରଭାସଙ୍କ ଅଭିନୟ କ୍ୟାରିୟରର ଟର୍ଣ୍ଣିଙ୍ଗ୍ ପଏଣ୍ଟ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ନିଜ ଅଭିନୟ ଦକ୍ଷତା ବଳରେ ପ୍ରଭାସ ଭାରତ ଓ ଭାରତ ବାହାରେ ଏକ ରାଇଜିଙ୍ଗ୍ ଷ୍ଟାର୍ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।