ବଦଲା: ମୁଭି ରିଭ୍ୟୁ

ଏଥର ଫ୍ରାଇଡେ ରିଲିଜରେ ସିନେମା ଘରକୁ ଆସିଛି ମେଗାଷ୍ଟାର୍ ବିଗ୍ ବି ଓ ସୁନ୍ଦରୀ ତାପସୀ ପନ୍ନୁଙ୍କ ଅଭିନୀତ ‘ବଦଲା’ । ଏହି ସସପେନ୍ସ ଥ୍ରୀଲର୍ ଏକ ମର୍ଡ଼ର୍ ମିଷ୍ଟ୍ରୀକୁ ନେଇ ଗତିଶୀଳ । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପୋଷ୍ଟର୍ ଓ ଟ୍ରେଲର୍ ରିଲିଜ୍ ହେବା ପରେ ଏହାର ରିଲିଜକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ରିଲିଜ୍ ହେବା ପରେ ଦର୍ଶକ ଓ ଫିଲ୍ମ କ୍ରିଟିକ୍ସ ପକ୍ଷରୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ଶାହରୁଖ୍ଙ୍କ ପତ୍ନୀ ଗୌରୀ ଖାନଙ୍କ ପକ୍ଷରୁ ନିର୍ମିତ ଏହି ଫିଲ୍ମର କାହାଣୀ ୩ଟି ପ୍ରଶ୍ନରେ ଅଟକିଛି । ଶେଷରେ ବିଗ୍ ବି ତାପସୀଙ୍କ ଓକିଲ ଭାବେ ଏହାର ସମାଧାନ କରିଛନ୍ତି । କାହାଣୀ ଅନୁଯାୟୀ ତାପସୀଙ୍କ ସ୍ୱାମୀ ଅର୍ଜୁନ୍ଙ୍କ ହତ୍ୟା ଘରେ ହିଁ କରାଯାଇଛି । ଏହି ହତ୍ୟାର ଆରୋପ ଲାଗିଯାଏ ତାପସୀଙ୍କ ଉପରେ । ଏହାପରେ ଏଣ୍ଟ୍ରୀ ହୁଏ ବିଗ୍ ବିଙ୍କର । ବିଗ୍ ବି ତାପସୀଙ୍କ ଓକିଲ ଭାବେ ଏହି ମର୍ଡ଼ର୍ ମିଷ୍ଟ୍ରୀର ସମାଧାନ କରନ୍ତି । ଏହି ମର୍ଡ଼ର୍ କିଏ କରିଥିଲା, ମର୍ଡ଼ର୍ କରିବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା ଏବଂ ତାପସୀଙ୍କ ଉପରେ କାହିଁକି ଦୋଷ ଲଦି ଦିଆଗଲା । ଏହି ୩ଟି ପ୍ରଶ୍ନ ଭିତରେ ପୁରା କାହାଣୀ ଲୁଚି ରହିଛି । ଏହି ୩ଟି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ, ଆପଣଙ୍କୁ ଫିଲ୍ମଟିକୁ ଦେଖିବାକୁ ପଡ଼ିବ ।

‘ପିଙ୍କ୍’ ଭଳି ‘ବଦଲା’ରେ ବିଗ୍ ଓ ତାପସୀଙ୍କ ଡାଇଲଗ୍ ଡେଲିଭରି ଦମ୍ଦାର୍ ଥିଲା । ଦୁଇଜଣଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । କାହାଣୀରେ ଥିବା ବିଭିନ୍ନ ଟୁଇଷ୍ଟ୍ ଦର୍ଶକଙ୍କୁ ସିଟ୍ରେ ବାନ୍ଧି ରଖିବାରେ ସଫଳ ହୋଇଥିଲା । ତେବେ ଏ ସବୁକୁ ଦୃଷ୍ଟିରେ ରଖି ଭୋଟିଂ କ୍ଷେତ୍ରରେ ‘ବଦଲା’କୁ ୫ରୁ ୪ ଅଙ୍କ ମିଳିଛି । ପ୍ରଥମ ଦିନରେ ‘ବଦଲା’ ୨-୩କୋଟିର ବ୍ୟବସାୟ କରିପାରେ ବୋଲି ଫିଲ୍ମ ଟ୍ରେଡ୍ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

Leave a Reply

Your email address will not be published.