ମିମିଙ୍କ ପରେ କ୍ଵାରେଣ୍ଟାଇନ୍ରେ କନିକା
ମୁମ୍ବାଇ (ଓଟି): ଲଣ୍ଡନରୁ ଫେରିଥିଲେ। ତାସହ କରିଥିଲେ ଦମଦାର ପାର୍ଟି। ଏଥିରେ ସାମିଲ୍ ହୋଇଥିଲେ ପ୍ରାୟ ୩୦୦ରୁ ଅଧିକ ବ୍ୟକ୍ତି। ଆଉ ପରିଣାମ ସ୍ଵରୂପ ସେ ଏବେ ସ୍ଵତନ୍ତ୍ର ରହିବାକୁ ବାଧ୍ୟ ହୋଇଛନ୍ତି। ହଁ, ବଲିଉଡ୍ ସେଲିବ୍ରିଟିଙ୍କ ମଧ୍ୟରେ କରୋନା ବ୍ୟାପି ଯାଇଛି। ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ପରେ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି କନିକା କପୁର।
ସୂଚନା ଅନୁସାରେ କନିକ ଗତ ୧୫ ମାର୍ଚ୍ଚରେ ଲଣ୍ଡନରୁ ଫେରିଥିବା ବେଳେ ବିମାନବନ୍ଦରରୁ ବାଥରୁମ୍ ଯିବା ବାହାନାରେ ଲୁଚି ପଳାଇ ଆସିଥିଲେ। ଏପରିକି ବିନା ଯାଞ୍ଚରେ ବିମାନ ବନ୍ଦରରୁ ଆସିବା ପରେ କନିକା ଲକ୍ଷ୍ନୌ ସ୍ଥିତ ଆପାର୍ଟମେଣ୍ଟରେ ବଡ଼ ପାର୍ଟିର ଆୟୋଜନ କରିଥିଲେ। କନିକାଙ୍କ ଏହି ପାର୍ଟିରେ ବହୁ ନେତା ଓ ବିଚାରପତିଙ୍କ ସମେତ ୩୦୦ ଲୋକ ସାମିଲ ହୋଇଥିଲେ। ତେବେ ସମ୍ପ୍ରତି କନିକାଙ୍କ ଶରୀରରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିବାବେଳେ ଅନ୍ୟମାନଙ୍କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏପରିକି କନିକାଙ୍କ ଘଟଣା ଜଣାପଡ଼ିବା ପରେ ପାର୍ଟିକୁ ଆସିଥିବା ସମସ୍ତ ଲୋକ ଭୟଭୀତ ହୋଇପଡ଼ିଛନ୍ତି। କନିକା ଲକ୍ଷ୍ନୌର ତାଜ ହୋଟେଲରେ ରହିଥିବା ମଧ୍ୟ ଜଣାପଡ଼ିଛି। ଅନ୍ୟପକ୍ଷରେ କନିକାଙ୍କ ଆପାର୍ଟମେଣ୍ଟର ବହୁ ଲୋକ ଘର ଛାଡ଼ି ଦେଲେଣି। କନିକାଙ୍କ ପରିବାରକୁ କ୍ୱାରେଣ୍ଟାଇନରେ ରଖାଯାଇଛି।
ଏଠାରେ ପ୍ରକାଶ ଥାଉକି ‘ବେବି ଡଲ୍ ମେ ସୋନେ ଦି’ ଓ ‘ଚିଟିୟା କଲାୟିଆ’ ପରି ହିଟ୍ ଗୀତର ଗାୟିକା କନିକା କପୁର ଯେମିତି ସୁନ୍ଦରୀ ତାଙ୍କ ପ୍ରଶଂସକ ସଂଖ୍ୟା ମଧ୍ୟ ସେତେ ଅଧିକା।