‘ନାଚ୍ ବଲିୟେ ୯’ ସେଟରେ ବବିତା ଫୋଗାଟଙ୍କୁ ପ୍ରପୋଜ୍ କଲେ ବିବେକ୍, ଅମୀର୍ ଖାନ୍ ଦେଲେ ଶୁଭକାମନା
‘ନାଚ୍ ବଲିୟେ ୯’ ଖୁବ୍ ଶୀଘ୍ର ଅନଏୟାର୍ ହେବାକୁ ଯାଉଥିବାରୁ ଏବେ ସୋସିଆଲ୍ ମିଡିଆରେ ଏହି ଶୋ’ କୁ ନେଇ କିଛି ନା କିଛି ଖବର ଶୁଣିବାକୁ ମିଳୁଛି । ଏବେ ଏହି ଧାରାରେ ସୁଟିଂ ସେଟରୁ ଏକ ଖବର ଆସିଛି ଯେ ଶୋ’ର ପ୍ରତିଯୋଗୀ ବିବେକ୍ ସୁହାଗ୍ ତାଙ୍କର ଫିଆନସେ ବବିତା ଫୋଗାଟଙ୍କୁ ସୁଟିଂ ସେଟରେ ସମସ୍ତଙ୍କ ସାମନାରେ ଏକ ରୋମାଣ୍ଟିକ୍ ଅନ୍ଦାଜରେ ପ୍ରପୋଜ୍ କରିଛନ୍ତି । ଏହାକୁ ଶୋ’ର ଏକ ଅଧ୍ୟାୟରେ ଦେଖିବାକୁ ମିଳିବ । ଶୋ’ର ଜଜ୍ ରବିନା ଟଣ୍ଡନ୍ ମଧ୍ୟ ଏହି ଖୁସିରେ ସାମିଲ୍ ହୋଇଥିଲେ ।
ସୂଚନାଯୋଗ୍ୟ ହରିୟାଣାର ବିବେକ୍ ଓ ବବିତା ୨୦୧୪ରେ ଏକ ରେସଲିଙ୍ଗ୍ ଇଭେଣ୍ଟରେ ଦେଖାସାକ୍ଷାତ ହୋଇଥିଲେ । ଏହାପରେ ବବିତାଙ୍କ କୁସ୍ତି ଆକାଡେମୀରେ ପୁଣିଥରେ ଦୁଇଜଣଙ୍କ ସାକ୍ଷାତ ହୋଇଥିଲା । ଏଭଳି ଆରମ୍ଭ ହୋଇଥିବା ପ୍ରେମ କାହାଣୀ ପାଇଁ ବିବେକ୍ ଓ ବବିତା ପ୍ରଶଂସକ ମହଲରେ ବେଶ୍ ଚର୍ଚ୍ଚତ । ଏହି ଲଭବାର୍ଡ଼ଙ୍କୁ ଟେଲି ପରଦାରେ ଦେଖିବା ପାଇଁ ପ୍ରଶଂସକ ଅନେକଥର ଇଚ୍ଛା ଜାହିର୍ କରିଥିଲେ, ଯାହାକି ଏବେ ପୁରଣ ହେବାକୁ ଯାଉଛି ।