ଆତଙ୍କବାଦୀ ମସୁଦ୍ ଅଜହର ଉପରେ ଫ୍ରାନ୍ସ ନେବ ଆକ୍ସନ୍
ମସୁଦ୍ ଅଜହର ଉପରେ ଫ୍ରାନ୍ସ ପ୍ରତିବନ୍ଧ ଲଗାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଏହାସହ ସେ କହିଛନ୍ତି ଯେ ଆତଙ୍କବାଦ ବିପକ୍ଷରେ ଫ୍ରାନ୍ସ ସବୁ ସମୟରେ ଭାରତ ସହ ରହିଛି। ଫ୍ରାନ୍ସ କହିଛି ଯେ ମସୁଦ୍ ଅଜହରର ସଂପତ୍ତିକୁ ସିଜ୍ କରାଯିବ। ସଂଯୁକ୍ତ ରାଷ୍ଟ୍ରରେ ମସୁଦ୍ ଅଜହର ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଫ୍ରାନ୍ସ ପ୍ରସ୍ତୁତି କରୁଛି। ଫ୍ରାନ୍ସ ଆମେରିକା ଏବଂ ବ୍ରିଟେନ୍ ସହ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ରଖିଥିଲେ। ଯେଉଁଥିରେ ପାକ୍ ସ୍ଥିତ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦକୁ ‘ବିଶ୍ୱ ଆତଙ୍କବାଦୀ’ ଘୋଷଣା କରାଯାଇଥିଲା। କିନ୍ତୁ ଚୀନ୍ ଏଥିରେ ମଧ୍ୟସ୍ଥି ସାଜି ମସୁଦକୁ ବଚାଂଇ ଦେଇଥିଲା।