ଆୟୁଷ୍ମାନଙ୍କ କ୍ୟାରିୟର୍ ମଧ୍ୟରେ ସବୁଠାରୁ ବଡ଼ ଓପନିଙ୍ଗ୍ ‘ବାଲା’, ଜାଣନ୍ତୁ ପ୍ରଥମ ଦିନର ବକ୍ସ ଅଫିସ୍ କଲେକସନ୍

ଆୟୁଷ୍ମାନ୍ ଖୁରାନା, ଭୂମି ପେଡନେକର୍ ଓ ୟାମୀ ଗୌତମଙ୍କ ଅଭିନୀତ ‘ବାଲା’ ଓପନିଙ୍ଗ୍ ଡେ’ରେ ଆଖିଦୃଶୀୟା ବ୍ୟବସାୟ କରି ଚର୍ଚ୍ଚାରେ ରହିଛି । ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଟ୍ୱିଟ୍ ଅନୁଯାୟୀ ଏହି ଫିଲ୍ମ ପ୍ରଥମ ଦିନରେ ୧୦.୧୫ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଷ୍ଟ୍ରଙ୍ଗ୍ ମାଉଥ୍ ପବ୍ଲିସିଟି ଓ ଆୟୁଷ୍ମାନଙ୍କ ଦକ୍ଷ ଅଭିନୟ ଯୋଗୁଁ ଏହି ସଫଳତା ହାସଲ ହେଇଥିଲା ବୋଲି ତରଣ କହିଛନ୍ତି । କାରଣ ଯାହା କିଛି ହେଉ ନା କାହିଁକି ଆୟୁଷ୍ମାନଙ୍କ ଫିଲ୍ମ କ୍ୟାରିୟର୍ ମଧ୍ୟରେ ଏହା ସବୁଠାରୁ ବଡ଼ ଓପନିଙ୍ଗ୍ ଫିଲ୍ମ ଭାବେ ରେକର୍ଡ଼ କରିଛି ।

ଏହା ପୂର୍ବରୁ ‘ଡ୍ରିମଗାର୍ଲ’ ପ୍ରଥମ ଦିନରେ ୧୦.୦୫ କୋଟି ଟଙ୍କାର ବ୍ୟବସାୟ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୧୨ରେ ସେ ‘ବିକି ଡୋନର୍’ରୁ ବଲିଉଡ୍ ଡେବ୍ୟୁ କରିଥିଲେ । ସେହି ଫିଲ୍ମର ଫାଷ୍ଟ ଡେ’ କଲେକସନ୍ ଥିଲା ମାତ୍ର ୧,୮୦ କୋଟି ଟଙ୍କା । ଏହାପରେ ଆୟୁଷ୍ମାନଙ୍କ ଅଭିନୀତ ୧୦ମ ଫିଲ୍ମ ‘ବଧାଇ ହୋ’ ୭.୬୫କୋଟି ଟଙ୍କାର ବ୍ୟବସାୟ କରିଥିଲା । ତେବେ ଆଗାମୀ ଦିନରେ ‘ବାଲା’ର ବକ୍ସଅଫିସ୍ କଲେକସନ୍ ଆହୁରି ଅଧିକ ହେବ ବୋଲି ଟ୍ରେଡ୍ ଆନାଲିଷ୍ଟମାନେ ଆକଳନ କରିଛନ୍ତି ।

Leave a Reply

Your email address will not be published.