ଚନ୍ଦାପଣ ସମସ୍ୟା ପାଇଁ ମୁଣ୍ଡରେ ଗୋବର ଲଗାଉଛନ୍ତି ଆୟୁଷ୍ମାନ୍ ଖୁରାନା

ଚନ୍ଦାପଣରୁ ମୁକ୍ତି ପାଇବା ପାଇଁ ବି ଟାଉନର ଭର୍ସାଟାଇଲ୍ ଅଭିନେତା ଆୟୁଷ୍ମାନ୍ ଖୁରାନା ନାହିଁନଥିବା ଚେଷ୍ଟା ଚଲାଇଛନ୍ତି । କେବେ ମୁଣ୍ଡରେ ୱିଗ୍ ଲଗାଉଛନ୍ତି ତ ଆଉ କେତେବେଳେ ନୂଆ କେଶ ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏମିତି କି ଚନ୍ଦାପଣ ଦୂର କରିବା ପାଇଁ ସେ ମୁଣ୍ଡରେ ଗୋବର ମଧ୍ୟ ଲଗାଉଥିବା ନଜର ଆସିଛି । କିନ୍ତୁ ଏସବୁ ରିଏଲ୍ ଲାଇଫରେ ନୁହେଁ ରିଲ୍ ଲାଇଫ୍ ପାଇଁ ହେଉଛି । ପ୍ରକୃତ ଖବରଟି ହେଉଛି ଆୟୁଷ୍ମାନଙ୍କ ଆଗାମୀ ଫିଲ୍ମ’ବାଲା’ରେ ତାଙ୍କୁ ଜଣେ ଚନ୍ଦା ବ୍ୟକ୍ତି ଭାବେ ଦେଖିବାକୁ ମିଳିବ ।

କାହାଣୀ ଅନୁଯାୟୀ କମ୍ ବୟସରେ ଚନ୍ଦାପଣର ଶିକାର ହୋଇଥିବା ଆୟୁଷ୍ମାନ୍ ଲୋକମାନଙ୍କ ଟାହିଟାପରା ଓ ଅପମାନରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ତେବେ ସେ ଏଥିରେ ସଫଳ ହେଉଛନ୍ତି କି ନାହିଁ ଏବଂ କାହାଣୀ ଆଗକୁ କ’ଣ ସବୁ ନୂଆ ମୋଡ଼ ନେଉଛି, ଏହାକୁ ଦର୍ଶକ ଦେଖିବାକୁ ପାଇବେ । ନିକଟରେ ଏହାର ଟ୍ରେଲର୍ ରିଲିଜ୍ କରାଯାଇଛି, ଯାହାକି ଦର୍ଶକଙ୍କୁ ବେଶ୍ ପସନ୍ଦ ହୋଇଛି । ଆସନ୍ତା ନଭେମ୍ବର ୭ ତାରିଖରେ ରିଲିଜ୍ ହେବାକୁ ଥିବା ଏହି କମେଡ଼ି ଫିଲ୍ମରେ ଆୟୁଷ୍ମାନଙ୍କ ସହିତ ଭୂମି ପେଡନେକର୍, ୟାମୀ ଗୌତମ, ସୌରଭ ଶୁକ୍ଲା, ଜାଭେଦ ଜାଫରି, ସୀମା ପାହଭା ମଧ୍ୟ ନଜର ଆସିବେ ।

Leave a Reply

Your email address will not be published. Required fields are marked *