ଓମେନ୍ସ ଡେ’କୁ ନେଇ ଆୟୁଷ୍ମାନଙ୍କ କବିତା ଭିଡିଓ ଭାଇରାଲ୍

ଚାରିଆଡ଼େ ‘ମହିଳା ଦିବସ’କୁ ଧୁମଧାମରେ ପାଳନ କରାଯାଉଥିବାବେଳେ ବଲିଉଡ୍ ମଧ୍ୟ ପଛରେ ନାହିଁ । ବଲିଉଡ୍ ତାରକା ନିଜ ନିଜ ଢଙ୍ଗରେ ମହିଳା ଦିବସର ମେସେଜ୍ ଓ ଶୁଭକାମନା ଜଣାଇଥିବାବେଳେ ଦକ୍ଷ ଅଭିନେତା ଆୟୁଷ୍ମାନ୍ ଖୁରାନା ଟିକେ ନିଆରା ଅନ୍ଦାଜରେ ମହିଳା ଦିବସର ମେସେଜ୍ ଦେଇଛନ୍ତି । ନାରୀଶକ୍ତିକୁ ଆଧାର କରି ଆୟୁଷ୍ମାନ୍ ଏକ କବିତା ଶୁଣାଉଛନ୍ତି । ଆୟୁଷ୍ମାନଙ୍କ ସ୍ୱରରେ ସଜା ହୋଇଥିବା ଏହି କବିତାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ସେୟାର୍ ହୋଇଛି ଏବଂ ଏହାକୁ ସିନେପ୍ରେମୀ, ପ୍ରଶଂସକ ଓ ଶ୍ରୋତାଙ୍କ ପକ୍ଷରୁ ଖୁବ୍ ଲାଇକ୍ ମିଳୁଛି । କବିତାର ଶୀର୍ଷକ ହେଉଛି ‘ ଏକ୍ ଲଡ଼କି ଐସି ହେ ଯୋ ବଚପନ୍ ମେ ବଡ଼ି ହୋ ଗେୟି’ । ଆୟୁଷ୍ମାନଙ୍କ ସ୍ୱରରେ ଏହି କବିତା ଶୁଣିବାକୁ ଖବ୍ ଶ୍ରୁତିମଧୁର ।

ଆଗାମୀ ଦିନରେ ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ‘ଆର୍ଟିକଲ୍ ୧୫’ର ଆୟୁଷ୍ମାନଙ୍କୁ ପରଦା ଉପରେ ଦେଖିବାକୁ ମିଳିବ । ଲକ୍ଷେ୍ମାରେ ଏହାର ସୁଟିଂ ଚାଲିଛି ଏବଂ କାହାଣୀ ଅନୁଯାୟୀ ଆୟୁଷ୍ମାନ୍ ଜଣେ ପୁଲିସ୍ ଅଫିସର୍ ଭୁମିକାରେ ଅଛନ୍ତି ।

Leave a Reply

Your email address will not be published.