ନୂତନ ଆଶା, କରୋନା ଚିକିତ୍ସା ପାଇଁ ପ୍ରତିରକ୍ଷା ଔଷଧର ପରୀକ୍ଷା ଭାରତରେ ଆରମ୍ଭ

ଭାରତରେ କରୋନା ଔଷଧ ଉପରେ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି, ଯାହା କୋଭିଡ଼୍ -୧୯ ପ୍ରତି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏସିମ୍ପୋଟିକ୍ ତଥା ସନ୍ଦିଗ୍ଧ କରୋନା ରୋଗୀଙ୍କ ଉପରେ ଏହି ପରୀକ୍ଷା କରାଯିବ।

ନୁସନ୍ଧାନକାରୀମାନେ କରୋନା ଭୂତାଣୁ ଚିକିତ୍ସା / ଟୀକା ଖୋଜିବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି । ଗୋଟିଏ ପଟେ ଟୀକା ବିକାଶ ଉପରେ ନିରନ୍ତର କାର୍ଯ୍ୟ ଚାଲିଥିବାବେଳେ ଅନ୍ୟପଟେ ଏହିପରି ଔଷଧ ଚିହ୍ନଟ କରାଯାଉଛି ଯାହା ଚିକିତ୍ସାରେ ସାହାଯ୍ୟ କରିଥାଏ । କୋଭିଡ଼୍‌ -୧୯ ଇମ୍ୟୁନିଟି ବୁଷ୍ଟର୍ ଥେରାପୀ ପାଇଁ କେତେକ ପାରମ୍ପାରିକ ଔଷଧ ଉପରେ ଭାରତରେ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି । ଆୟୁର୍ବେଦିକ, ୟୁନାନି ଏବଂ ହୋମିଓପାଥିକ ଔଷଧ ତିଆରି କରୁଥିବା ୨୦ରୁ ଅଧିକ ଔଷଧ କମ୍ପାନୀ ଏଥିରେ ଅଂଶଗ୍ରହଣ କରୁଛନ୍ତି ।
ଆୟୁଷ୍ ମନ୍ତ୍ରାଳୟ ଅଶ୍ୱଗନ୍ଧା, ଯଷ୍ଟିମାଧୁ, ଗୁଡ଼ୁଚି ଏବଂ ପିପ୍‌ପଳୀ ଭଳି ଔଷଧ ଉପରେ ଗବେଷଣା ପାଇଁ ଏକ ପ୍ରୋଟୋକଲ୍ ପ୍ରସ୍ତୁତ କରିଛି ଏବଂ ପଲି ହର୍ବାଲ୍ ସୂତ୍ର (ଆୟୁଷ -୬୪) ମଧ୍ୟ ପ୍ରସ୍ତୁତ କରିଛି ।

କେଉଁ କମ୍ପାନୀଗୁଡ଼ିକ ଏହି ପରୀକ୍ଷଣରେ ଜଡ଼ିତ ଅଛନ୍ତି

ହମ୍‌ଦର୍ଦ ଲାବୋରେଟୋରୀ, ଡାବର, ଶ୍ରୀ ଶ୍ରୀ ତତ୍ତ୍ୱ ଭଳି ଗ୍ରାହକ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ମଣିଷ ଶରୀରରେ ରୋଗ ପ୍ରତିରକ୍ଷା ବୃଦ୍ଧିକାରୀ ଔଷଧ ଉତ୍ପାଦନରେ ଜଡ଼ିତ ଅଛନ୍ତି । ସେମାନେ ମଧ୍ୟ ଏହି ପରୀକ୍ଷା ପଞ୍ଜିକରଣ କରିଛନ୍ତି ।

ଦୁଇ ମାସ ମଧ୍ୟରେ ହମ୍‌ଦର୍ଦ ଫଳାଫଳ ପ୍ରକାଶ କରିବ


ହମ୍‌ଦର୍ଦ ଲାବୋରେଟୋରୀଗୁଡ଼ିକ ୟୁନାନି ମେଡିସିନ୍ ସିଷ୍ଟମ ଉପରେ ଆଧାର କରି ଇମ୍ୟୁନିଟ୍‌ ବୁଷ୍ଟର୍ ପ୍ରଡକ୍ଟର ଏକ ପରୀକ୍ଷା ଆରମ୍ଭ କରିଛି । ଏସିମ୍ପୋଟିକ୍ ଏବଂ ସନ୍ଦିଗ୍ଧ କୋଭିଡ଼୍‌ ରୋଗୀଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା କରାଯିବ । ଦୁଇ ମାସ ମଧ୍ୟରେ ପରୀକ୍ଷା ଫଳାଫଳ ଆଶା କରାଯାଏ ।

ଶ୍ରୀ ଶ୍ରୀ ତତ୍ତ୍ୱ ୫୦ ରୋଗୀଙ୍କ ଉପରେ ପରୀକ୍ଷା କରିବ

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଆୟୁର୍ବେଦିକ କମ୍ପାନୀ ଶ୍ରୀ ଶ୍ରୀ ତତ୍ତ୍ୱ ବାଙ୍ଗାଲୋର ମେଡ଼ିକାଲ କଲେଜ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ସହିତ ହାତ ମିଳାଇଛନ୍ତି । କମ୍ପାନୀ ୫୦ ଏସିମ୍ପୋଟିକ୍ ଏବଂ ସାମାନ୍ୟ ଲକ୍ଷଣଗତ କୋଭିଡ଼୍‌ ରୋଗୀଙ୍କ ଉପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସୂତ୍ର ପରୀକ୍ଷା କରିବ ।

ଚ୍ୟବନପ୍ରାଶ୍‌ କୋଭିଡ଼୍‌-୧୯ ଉପରେ ପ୍ରଭାବଶାଳୀ କି ନୁହେଁ ?

ଏହାର ଚ୍ୟବନପ୍ରାଶ୍‌ କୋଭିଡ଼୍‌ – ୧୯କୁ ଅଟକାଇ ପାରିବ କି ନାହିଁ ଡାବର ଅନୁସନ୍ଧାନ କରୁଛି ।

କଷାୟ କେତେ ପ୍ରଭାବଶାଳୀ, ଅନୁସନ୍ଧାନ ଜାରି ରହିଛି

ଏସବୁ ବ୍ୟତୀତ ପାରମ୍ପାରିକ ଭାରତୀୟ ଔଷଧ କଷାୟର ପ୍ରଭାବ ଉପରେ ଗବେଷଣା ମଧ୍ୟ କରାଯାଉଛି।

ସରକାରୀ ସହାୟତା ପାଇବ

 

ସିଏସଆଇଆର, ଆୟୁଷ ମନ୍ତ୍ରାଳୟ ଦ୍ୱାରା ଏହି କ୍ଲିନିକାଲ୍ ପରୀକ୍ଷାକୁ ସମର୍ଥିନ ମିଳିଛି । ଏଥିସହ ବୈଷୟିକ ସହାୟତା ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡ଼ିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ରେ ଅଛି ।

Leave a Reply

Your email address will not be published.