ଅଯୋଧ୍ୟାରେ ଝଡ଼ ପୂର୍ବର ନୀରବତା: ଆଜି ଆସିବ ରାମ ଜନ୍ମଭୂମି ରାୟ

ଭୁବନେଶ୍ଵର, (ଓଟି): ଅଯୋଧ୍ୟା ରାମ ଜନ୍ମଭୂମି ରାୟ ଆଜି ପ୍ରକାଶ ପାଇବ। ଏନେଇ ଅଯୋଧ୍ୟାର ଚତୁର୍ଦିଗରେ ଏକ ପ୍ରକାର ନୀରବତା ଦେଖା ଦେଇଛି। ସମସ୍ତେ ଅନାଇ ବସିଛନ୍ତି ସୁପଅିମ୍‌କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି କି ପ୍ରକାର ରାୟ ଦେବେ। ଏହାକୁ କେହି କେହି ଝଡ଼ ପୂର୍ବର ନୀରବତା ବୋଲି କହୁଛନ୍ତି। କିନ୍ତୁ ରାୟ ପ୍ରକାଶ ପରେ ସୃଷ୍ଟି ହେବାକୁ ଥିବା ଅନେକ ଆଶଙ୍କାକୁ ପ୍ରଶମିତ କରିବା ପାଇଁ ପୁଲିସ ଓ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି। 

ସାରା ଅଯୋଧ୍ୟା ଏବେ ଏକ ପ୍ରକାର ଦୁର୍ଗରେ ପରିଣତ ହୋଇଛି। ଉତ୍ତର ପ୍ରଦେଶ-ନେପାଳ ସୀମାନ୍ତକୁ ସିଲ୍‌ କରାଯାଇଛି। ଅଯୋଧ୍ୟା  ଭିତରକୁ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ନିଷେଦ୍ଧ କରାଯାଇଛି। ଯେଉଁମାନେ ଯିବାକୁ ଚାହୁଛନ୍ତି ସେମାନଙ୍‌କୁ ଆବଶ୍ୟକ ପରିଚୟପତ୍ର ଦେଖାଇବା ତଥା ବିଭିନ୍ନ ବ୍ୟାରିକେଡ୍‌ର ସମ୍ମୁଖୀନ ହେବାକୁ ପଡ଼ୁଛି। ମନ୍ଦିର ମାଳିନୀ ସହରର ପ୍ରତି ଛକରେ ପ୍ୟାରିକେଡ୍‌ କରାଯାଇଛି।

ପରିସ୍ଥିତିକୁ ମୁକାବିଲା କରିବା ଲାଗି ୩ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ୍‌ କଲେଜ୍‌ ବନ୍ଦ କରାଯାଇଛି। ଆଜି ଦ୍ଵିତୀୟ ଶନିବାର ଥିବାରୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ସକାଳୁ ସକାଳୁ ରାଜ୍ୟରେ ଗାଡ଼ି ଚଳାଚଳ ଓ ଜୀବନ ସ୍ଵଭାବିକ ରହିଥିବା ଲକ୍ଷ୍ୟ କରାଯାଇଛି। 

ରାୟ ପ୍ରକାଶର ଅନେକ ଦିନରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ କରାଯାଇଛି। ପାଖାପାଖି ୫୦୦ ଜଣଙ୍କୁ ଗିରଫ କରାଯାଇଛି। ୫୦୦୦ ଅସାମାଜିକ ଲୋକଙ୍କୁ ଠାବ କରାଯାଇଛି। 

ସକାଳ ସାଢ଼େ ୧୦ଟା ସମୟରେ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବେ। ପ୍ରମୁଖ ବିଚାରପତି ଏହାର ଅଧ୍ୟକ୍ଷତା କରୁଛନ୍ତି। ଅଗଷ୍ଟ ୬ ତାରିଖରୁ ନିରନ୍ତର ଭାବେ ଏହି ମାମଲାର ଶୁଣାଣି ହୋଇଥିଲା। ଏହାପୂର୍ବରୁ ଏକ ତିନିଜଣିଆ ମଧ୍ୟସ୍ଥି ଦଳ ମଧ୍ୟ ବିଭିନ୍ନ ପକ୍ଷ ସହ ଆଲୋଚନା କରିଛନ୍ତି। 

Leave a Reply

Your email address will not be published. Required fields are marked *