ଆଭେଞ୍ଜର୍ସ- ଏଣ୍ଡ ଗେମ୍‌: ପ୍ରଥମ ଦିନରେ ଆୟ ୫୨ କୋଟି

ଭୁବନେଶ୍ଵର, (ଓଟି): ରେକର୍ଡ ସଂଖ୍ୟକ ଆୟ କରିଛି ଆଭେଞ୍ଜର୍ସ- ଏଣ୍ଡ ଗେମ୍‌। ଏକ ସଙ୍ଗେ ଦେଶର ୧୭୦୦ ସ୍କ୍ରିନ୍‌ରେ ମୁକ୍ତିଲାଭ କରିଥିବା ଆଭେଞ୍ଜର୍ସ ଏଣ୍ଡ ଗେମ୍‌ ପ୍ରଥମ ଦିନରେ ହିଁ ସଫଳତା ଦେଖାଇଛି। ରିଲିଜ୍‌ ଦିନ ଏହା ୫୨ କୋଟି ଟଙ୍କାର ବକ୍ସ ଅଫିସ ଆୟ କରିଛି। ଏହା ତୃତୀୟ ସର୍ବ ବୃହତ୍ତମ ଆୟ ବୋଲି ସିନେ କ୍ରିଟିକ୍‌ ମାନେ ଆକଳନ କରିଛନ୍ତି।

୨୬ ତାରିଖରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। ବକ୍ସ ଅଫିସ ଆୟକୁ ନେଇ ଆକଳନ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଏହା ହେଉଛି ତୃତୀୟ ସର୍ବ ବୃହତ୍‌ ପ୍ରଥମ ଦିନର ଆୟ। ସେହିପରି ଦ୍ଵିତୀୟ ସପ୍ତାହରେ ପହଞ୍ଚିଥିବା ‘କଳଙ୍କ’ ଏକ ସୁପର ଡିଜାଷ୍ଟର ଫିଲ୍ମ ଭାବେ ଗଣନା କରାଯାଉଛି। ୯ ଦିନ ଭିତରେ ଏହି ଫିଲ୍ମ ମାତ୍ର ୭୪ କୋଟି ଟଙ୍କା ଆୟ କରିଛି। ଗଲା ଶୁକ୍ରବାର କେବଳ ୬୦ ଲକ୍ଷ ଟଙ୍କା ଆୟ କରିପାରିଥିବା ବକ୍ସ ଅଫିସ ରିପୋର୍ଟରେ କୁହାଯାଇଛି।

କିନ୍ତୁ ଭିନ୍ନ ଧରଣର ସଫଳତା ଦେଖାଇଛି ‘ତାସ୍‌କେଣ୍ଟ ଫାଇଲ୍ସ’। ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ କାହାଣୀକୁ ଭିତ୍ତି କରି ଏହି ଫିଲ୍ମ ତିଆରି ହୋଇଛି। ଏହି ଫିଲ୍ମର ଆୟ ଦିନକୁ ଦିନ ବଢ଼ୁଥିବା ଜଣାପଡ଼ିଛି। ପ୍ରଥମ ସପ୍ତାହରେ ଫିଲ୍ମର ୍ରାୟ ସାଢ଼େ ତିନିକୋଟି ଥିବାବେଳେ ଦ୍ଵିତୀୟ ସପ୍ତାହରେ ଏହା ୩ କୋଟି ୭୫ ଲକ୍ଷ ରହିଛି। ପ୍ରଥମ ସପ୍ତାହ ତୁଳନାରେ ଦ୍ଵିତୀୟ ଦସପ୍ତାହରେ ଅଧିକ ରୋଜଗାର କରିବା ଏକ ବିରଳ ଘଟଣା ଭାବେ ଗ୍ରହଣ କରାଯାଉଛି।

Leave a Reply

Your email address will not be published.