ଜଳ ସଂକଟରୁ ବଳିପଡୁଛନ୍ତି ଓଟ

 
 
ନୂଆଦିଲ୍ଲୀ(ଓଟି): ସମ୍ପ୍ରତି ଅଷ୍ଟ୍ରେଲିଆରେ ଦେଖାଦେଇଛି ଜଳ ସଙ୍କଟ। ତେବେ ଏଥିଲାଗି ବଳି ପଡୁଛନ୍ତି ଓଟ। ବଳି କହିଲେ ବୁଝିଲେ ତ! ସେ ସରକାର ଜାଣିଶୁଣି ଶହଶହ ଓଟଙ୍କୁ ମାରିଚାଲିଛନ୍ତି…
ହଁ, ସତ ଏଇ ଅଭାବନୀୟ ଘଟଣା…
 ଜଳ ସଂକଟରୁ ବର୍ତ୍ତିବା ପାଇଁ ପାଇଁ ଅଷ୍ଟ୍ରେଲିଆ ସରକାର ୧୦ ହଜାର ଓଟଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଓଟ ବେଶି ପାଣି ପିଇ ଦେଉଛନ୍ତି ବୋଲି ଧରି ନିଆଯାଇଛି। ଏଥିଲା ୬ ଦିନ ଭିତରେ ଅଷ୍ଟ୍ରେଲିଆର ଶିକାରୀମାନେ ହେଲିକପ୍ଟରରେ ବସି ଆକାଶ ମାର୍ଗରୁ ଗୁଳିକରି ୫ ହଜାରରୁ ଅଧିକ ଓଟଙ୍କୁ ହତ୍ୟା କରିସାରିଲେଣି। ଏହି ଓଟଗୁଡ଼ିକ ଦକ୍ଷିଣ ଅଷ୍ଟ୍ରେଲିଆର ମରୁଭୂମି ଛାଡ଼ି ଜଳ ସନ୍ଧାନରେ ଜନବସତି ଆଡ଼କୁ ମାଡ଼ି ଆସିଥିବା ଜଣାପଡ଼ିଛି। 
 
ସୂଚନାନୁଯାୟୀ, ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗି ଲକ୍ଷ ଲକ୍ଷ ପଶୁପକ୍ଷୀ ଜୀବନ୍ତଦଗ୍ଧ ହୋଇଥିବାବେଳେ ଜଙ୍ଗଲୀ ଓଟଙ୍କୁ ସରକାର ଜାଣିଶୁଣି ହତ୍ୟା କରୁଥିବାରୁ ବିଶ୍ୱ ବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *