ହାତ ପାପୁଲିରୁ ଜାଣନ୍ତୁ ସଫଳତା କିମ୍ବା ବିଫଳତାର ରହସ୍ୟ

ହସ୍ତରେଖା ଭଳି କେବଳ ପାପୁଲି ଦେଖି ଜ୍ୟୋତିଷମାନେ ଜଣେ ବ୍ୟକ୍ତି ସମ୍ପର୍କରେ ଅନେକ କିଛି କଥା ଜାଣିପାରନ୍ତି । ପାପୁଲିର ଆକାର ଓ ଗଠନ ଦ୍ୱାରା ଜଣେ ବ୍ୟକ୍ତିର ସ୍ୱଭାବ, ସଫଳତା ଓ ବିଫଳତା ଜଣାପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କିତ କିଛି ତଥ୍ୟ –
୧- ହସ୍ତରେଖା ବିଶେଷଜ୍ଞଙ୍କ ମତରେ ଯଦି କାହାର ପାପୁଲି ପତଳା ଓ କଠିନ ହୋଇଥାଏ ତେବେ ସେହି ବ୍ୟକ୍ତିଜଣକ ଖୁବ୍ ଚିନ୍ତାଶୀଳ ଓ ଭୟାଳୁ ।
୨- ଯାହାର ପାପୁଲି ବଡ଼, ଓଜନିଆ ଓ କୋମଳ ଓ ମାଂସାଳ, ସେହି ବ୍ୟକ୍ତିର ଜୀବନ ସୁଖ ସମୃଦ୍ଧିରେ ଭରପୁର ଥାଏ । ମା’ ଲକ୍ଷ୍ମୀଙ୍କ କୃପାରୁ ସେ ପ୍ରତ୍ୟେକ କ୍ଷେତରେ ସଫଳତା ଅର୍ଜନ କରିଥାନ୍ତି ।
୩- ପତଳା ଓ କୋମଳ ବିଶିଷ୍ଟ ପାପୁଲି ଆଳସ୍ୟକୁ ସୂଚାଇଥାଏ । ସେଭଳି ବ୍ୟକ୍ତି ଆଳସ୍ୟ ପାଇଁ ଜୀବନରେ ଆସୁଥିବା ଅନେକ ଭଲ ସୁଯୋଗକୁ ହାତଛଡ଼ା କରିଥାନ୍ତି । ଫଳରେ ବିଫଳତା ଲାଗି ରହିଥାଏ ।
୪- ପାପୁଲି କଠୋର ଏବଂ ଆଙ୍ଗୁଠି ଗୁଡ଼ିକ ସମାନ ଅନୁପାତରେ ଥିବା ବ୍ୟକ୍ତି ଖୁବ୍ ପରିଶ୍ରମୀ । ସେଭଳି ବ୍ୟକ୍ତି ଖୁବ୍ ସଂଯମୀ, ଉଚ୍ଚକାଂକ୍ଷୀ ଓ ଧୈର୍ଯ୍ୟଶୀଳ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ସେମାନେ ଅନେକ ସମ୍ମାନର ଅଧିକାରୀ ହୋଇଥାନ୍ତି ।
୫- ପାପୁଲିରେ ଥିବା ରେଖାଗୁଡ଼ିକ ଖୁବ୍ ଗଭୀର ଓ ପାପୁଲି ହାଲକା ଖାଲ ଥିଲେ, ତାହା ନକାରାତ୍ମକ ଭାବନାକୁ ସୂଚାଇଥାଏ । ଏଭଳି ପାପୁଲିର ଅଧିକାରୀ ଜୀବନରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ପାପୁଲି ଅପେକ୍ଷାକୃତ ଛୋଟ ହୋଇଥିଲେ ମଧ୍ୟ ତାହା ଶୁଭ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
୬- ଯାହାର ପାପୁଲି ବଡ଼ ଓ କୋମଳ ସେମାନେ ସବୁ କାମକୁ ଖୁବ୍ ଦକ୍ଷତାର ସହ ସମ୍ପନ୍ନ କରିଥାନ୍ତି । ସେମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବା ସହ କଳା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥାନ୍ତି ।

Leave a Reply

Your email address will not be published.