ଆସନ୍ତା କାଲି ଚନ୍ଦ୍ରଗ୍ରହଣ, କେଉଁ ରାଶି ଉପରେ କିଭଳି ପ୍ରଭାବ ଓ ପ୍ରତିକାର
ଆସନ୍ତା କାଲି ପଡ଼ିବ ଚନ୍ଦ୍ରଗ୍ରହଣ । ଜ୍ୟୋତିଷମାନଙ୍କ ଗଣନା ଅନୁଯାୟୀ ବିଭିନ୍ନ ରାଶି ଉପରେ ଏହାର ବିଭିନ୍ନ ପ୍ରଭାବ ଦେଖାଦେବ । ୧୨ଟି ରାଶି ମଧ୍ୟରୁ ମିଥୁନ, କର୍କଟ, ତୁଳା, କୁମ୍ଭ ଓ ମୀନ ରାଶି ଉପରେ ଏହାର ଶୁଭ ପ୍ରଭାବ ରହିଛି । ଏହି ୫ଟି ରାଶିର ବ୍ୟକ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଉନ୍ନତି ହେବା ସହ ଅଚାନକ ପ୍ରବଳ ଧନ ପ୍ରାପ୍ତିର ଯୋଗ ରହିଛି । ଶିକ୍ଷା ଓ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହିତ ଚାରିକି ମିଳିବ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ସନ୍ତାନମାନଙ୍କର ଶିକ୍ଷାରେ ଉନ୍ନତି ପରିଲକ୍ଷୀତ ହେବ । ବୈବାହିକ ଜୀବନରେ ଏହାର ଶୁଭ ପ୍ରଭାବ ରହିଛି । ସମାଜରେ କୌଣସି ପଦ ମର୍ଯ୍ୟାଦା କିମ୍ବା ବଡ଼ ସମ୍ମାନର ଅଧିକାରୀ ହେବେ ।
କିନ୍ତୁ ବାକି ରାଶି ପାଇଁ ଏହି ଗ୍ରହଣ ଦ୍ୱାରା ଅତ୍ୟନ୍ତ ଅଶୁଭ ଫଳ ଆଣିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଏହାର ଅଶୁଭ ପ୍ରଭାବ ରହିବ ଓ ଏହାକୁ ଦୂର କରିବା କରିବା ପାଇଁ କ’ଣ ସବୁ ପ୍ରତିକାର ବ୍ୟବସ୍ଥା ରହିଛି ।-
ମେଷ – ମେଷ ରାଶି ଉପରେ ଏହି ଗ୍ରହଣ ଖରାପ ପ୍ରଭାବ ଆଣିବ । ଅଯଥା ଖର୍ଚ୍ଚାନ୍ତ ହେବେ । ସ୍ୱାସ୍ଥ୍ୟରେ ହାନି ଘଟିପାରେ । କୋର୍ଟ କଚେରୀ ମାମଲାରେ ବିଫଳ ହେବେ ।
ବୃଷ – କୌଣସି ପୁରୁଣା ଶତ୍ରୁ ପୁଣି ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି । ପରିବାର ମଧ୍ୟରେ କହଳ ସୃଷ୍ଟି ହେବ ।
ସିଂହ – ସୁନା କିମ୍ବା ଯାନବାହାନ କିଣିବା ପାଇଁ ଏହି ସମୟ ଆଦୌ ସଠିକ୍ ନୁହେଁ । ଆର୍ଥିକ ସଙ୍କଟ ଦେଖାଦେବ । ପରିବାର ମଧ୍ୟରେ କାହାର ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ରହିବେ ।
କନ୍ୟା – କନ୍ୟା ରାଶିର ବ୍ୟକ୍ତିଙ୍କୁ ଅଧିକ ସତର୍କ ରହିବାକୁ ହେବ । ଏହି ଗ୍ର୍ରହଣ ତାଙ୍କ ଜୀବନରେ ବିଫଳତା ଭରିଦେବ । କୌଣସି ପରିସ୍ଥିତିର ସମାଧାନ କରିବାକୁ ଯାଇ ସମ୍ମାନ ହରାଇବେ । ପରିବାରରେ ଘୋର ଆର୍ଥକ ଅନଟନ ଦେଖାଦେବ । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ଯାଇପାରେ । କୌଣସି କାମରେ ଅପମାନିତ ହୋଇପାରନ୍ତି ।
ବିଛା, ଧନୁ ଓ ମକର ରାଶିର ବ୍ୟକ୍ତି ମିଶ୍ରିତ ଫଳ ପାଇବେ । ଅଫିସ୍ କିମ୍ବା ବ୍ୟବସାୟରେ କ୍ଷତି ସହିଲେ ମଧ୍ୟ କୌଣସି ଏକପ୍ରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିନେବେ । ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ମାନସିକ ଅଶାନ୍ତି ଦେଖାଗଲେ ମଧ୍ୟ ସମୟ କ୍ରମେ ତାହା ଦୂର ହେବ ।
ଅଶୁଭ ଫଳପ୍ରାପ୍ତି ପାଇଁ ପ୍ରତିକାର – ଅଶୁଭ ଫଳପ୍ରାପ୍ତି ଯୋଗ ରହିଥିବା ରାଶିର ବ୍ୟକ୍ତିଙ୍କ ପାଇଁ ଜ୍ୟୋତିଷମାନେ ଅନେକ କିଛି ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଉପାୟ କହିଛନ୍ତି । ଗ୍ରହଣ ଲାଗିଥିବା ସମୟରେ ସେହିସବୁ ନିୟମକୁ ପାଳନ କଲେ ଖରାପ ପ୍ର୍ରଭାବକୁ କିଛିମାତ୍ରାରେ ଦୂର କରିହେବ । ସେଭଳି କିଛି ନିୟମ ହେଉଛି –
୧- ଗ୍ରହଣ ଲାଗିଥିବା ସମୟରେ ୯ ଥର ହନୁମାନ ଚାଳିଶା ପାଠ କରନ୍ତୁ । ଗ୍ରହଣ ସରିବା ପରେ ଗାଧୋଇ ହନୁମାନ ମନ୍ଦିର ଯାଇ ଦର୍ଶନ କରନ୍ତୁ ।
୨- ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।
୩- ଗ୍ରହଣ ସମୟରେ କୌଣସି ଅଫିସ୍ ଫାଇଲ୍ କିମ୍ବା ଟଙ୍କା ଥିବା ଆଲମାରୀକୁ ସ୍ପର୍ଶ କରନ୍ତୁ ନାହିଁ ।
୪- ଗ୍ରହଣ ସମୟରେ ଷ୍ଟୋର୍ ରୁମରୁ କୌଣସି ଜିନିଷ ବାହାର କରନ୍ତୁ ନାହିଁ କିମ୍ବା କୌଣସି ଚିରା ଫଟା ପୋଷାକ ପିନ୍ଧି ଶୁଅନ୍ତୁ ନାହିଁ ।
୫- ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖନ୍ତୁ । ଗ୍ରହଣ ସମୟରେ ସେମାନେ ଖାଇବା କିମ୍ବା ରୋଷେଇ କାମରୁ ବିରତ ରହନ୍ତୁ ।
୬-ଗ୍ରହଣ ସମୟରେ ଭଗବାନଙ୍କୁ ସ୍ମରଣ କରି ଦୁଖିଃ ଓ ଭୋକିଲାଙ୍କୁ ବସ୍ତ୍ର ଓ ଅନ୍ନ ଦାନ କରନ୍ତୁ ।