ଏହି ୩ଟି ରାଶିର ବ୍ୟକ୍ତି ହାତରେ ବାନ୍ଧନ୍ତୁ ନାଲି ସୂତା, ଉଦୟ ହେବ ଭାଗ୍ୟ

ଘରେ ହେଉ କିମ୍ବା କୌଣସି ମନ୍ଦିରରେ ପୂଜା ଅନୁଷ୍ଠାନ ଓ ହୋମଯଜ୍ଞାଦି ସରିବା ପରେ ହାତରେ ନାଲି କିମ୍ବା ହଳଦିଆ ସୂତା ବାନ୍ଧିବାର ପରମ୍ପରା ରହିଛି । ଏହା ଅତ୍ୟନ୍ତ ଶୁଭ ବୋଲି ଧରାଯାଏ । ତେବେ ସବୁ ରାଶି ମଧ୍ୟରୁ ଏଭଳି ୩ଟି ରାଶି ଅଛି ଯାହାଙ୍କ ଉପରେ ଏହାର ସୁପ୍ରଭାବ ସବୁଠାରୁ ଅଧିକ ଦେଖାଯାଏ । ଏହି ୩ଟି ରାଶିର ବ୍ୟକ୍ତିମାନେ ସବୁବେଳେ ଏକ ନାଲି ସୂତା ହାତରେ ବାନ୍ଧିବା ଉଚିତ୍ । ଏହା ଦ୍ୱାରା ସେମାନଙ୍କ ଜୀବନର ସବୁକ୍ଷେତ୍ରରେ ସଫଳତା ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ସେହି ୩ଟି ରାଶି କ’ଣ ଏବଂ କେଉଁ ରାଶି ଉପରେ କ’ଣ ପ୍ରଭାବ ପଡ଼ିଥାଏ ।
ସିଂହ ରାଶି – ସିଂହ ରାଶିର ବ୍ୟକ୍ତିମାନେ ନାଲି ସୂତା ବାନ୍ଧିବା ଦ୍ୱାରା ଆତ୍ମବିଶ୍ୱାସ ବଢିବା ସହିତ କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ । ବିଶ୍ୱାସ ଓ ଭକ୍ତି ସହିତ ନାଲି ସୂତା ବାନ୍ଧନ୍ତୁ । ଏହା ଦ୍ୱାରା ପ୍ରେମରେ ସଫଳତା ମିଳିଥାଏ । ନାଲି ସୂତା ବାନ୍ଧିବା ଦ୍ୱାରା ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଫଳତା ଅର୍ଜନ କରିହେବ ।
କର୍କଟ ରାଶି – କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ । ବିଜନେସ୍ କ୍ଷେତ୍ରରେ ଅପାର ସଫଳତା ପ୍ରାପ୍ତି ହୋଇଥାଏ । ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଅଧିକାରୀ କର୍କଟ ରାଶିର ବ୍ୟକ୍ତି ନାଲି ସୂତା ବାନ୍ଧିବା ଦ୍ୱାରା ସବୁ ବାଧାବିଘ୍ନକୁ ଅତି ସହଜ ଓ ସରଳ ଉପାୟରେ ଦୂର କରିପାରିବେ । କିନ୍ତୁ ଏହି ରାଶିର ବ୍ୟକ୍ତି ବିଶେଷ ଭାବରେ ମଙ୍ଗଳବାର ଦିନ ହିଁ ନାଲି ସୂତା ବାନ୍ଧନ୍ତୁ ଏବଂ ହନୁମାନଙ୍କ ଦର୍ଶନ କରନ୍ତୁ । ଏଭଳି କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହେବା ସହ ପରିବାର ଓ ସମାଜରେ ସମ୍ମାନ ପ୍ରାପ୍ତି ହୋଇଥାଏ ।
ମିଥୁନ ରାଶି –
ଏହି ରାଶିର ବ୍ୟକ୍ତି ନାଲି ସୂତାକୁ କେବେ ମଧ୍ୟ ବାହାର କରିବା ଉଚିତ୍ ନୁହେଁ । ନାଲି ସୂତା ବାନ୍ଧିବା ଦ୍ୱାରା ସମାଜରେ ଉଚ୍ଚ ପଦପଦବୀ ମିଳିଥାଏ । ବିବାହ କ୍ଷେତ୍ରରେ ଥିବା ସମସ୍ତ ଗ୍ରହଦୋଷ ଏହା ଦ୍ୱାରା ଦୂର ହୋଇଥାଏ । ସନ୍ତାନମାନଙ୍କ ଉନ୍ନତି ପାଇଁ ନାଲି ସୂତା ନିଶ୍ଚୟ ବାନ୍ଧନ୍ତୁ । ବିଶେଷ ଭାବେ ଏହି ରାଶିର ବ୍ୟକ୍ତି ଶୁକ୍ରବାର ଦିନ ଡାହାଣ ହାତରେ ନାଲି ସୂତା ବାନ୍ଧିବା ଉଚିତ୍ । ପ୍ରମୋସନ୍ କ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *