ଜୁଲାଇ ୨ ତାରିଖରେ ସୂର୍ଯ୍ୟଗ୍ରହଣ, କେଉଁ ରାଶି ପାଇଁ ଅଶୁଭ ଏବଂ ତାହାର ପ୍ରତିକାର

ଆସନ୍ତା ଜୁଲାଇ ୨ ତାରିଖରେ ପଡ଼ୁଛି ସୂର୍ଯ୍ୟପରାଗ । ଏହା ଚଳିତବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଏବଂ ଭାରତ ଉପରେ ଏହାର ଆଶିଂକ ପ୍ରଭାବ ରହିବ ବୋଲି ଜ୍ୟୋର୍ତିବିଦମାନେ କହିଛନ୍ତି । କିନ୍ତୁ ପ୍ରତିଥର ଭଳି ୧୨ଟି ରାଶି ଏହା ଦ୍ୱାରା ପ୍ରଭାବିତ ହେବେ । ତେବେ ୧୨ଟି ରାଶି ମଧ୍ୟରୁ ୭ଟି ରାଶି ଉପରେ ଏହାର ଖରାପ ପ୍ରଭାବ ରହିବ । ସେହି ୭ଟି ରାଶି ହେଉଛି ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ଓ କୁମ୍ଭ । ସୂର୍ଯ୍ୟପରାଗର ଖରାପ ପ୍ରଭାବ ଯୋଗୁଁ ଏହି ରାଶିର ବ୍ୟକ୍ତିମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାମରେ ବାଧା ସୃଷ୍ଟି ହେବ ବୋଲି ଜ୍ୟୋତିଷମାନେ କହିଛନ୍ତି । ଏହା ସହିତ ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହୋଇପାରେ ।

ଏହାର ପ୍ରତିକାର କରିବା ପାଇଁ କିଛି ଉପାୟ ରହିଛି, ଯାହାଦ୍ୱାରା କେତେକାଂଶରେ ସମସ୍ୟାର ସମାଧାନ ହୋଇପାରିବ । ତେବେ ଆସନ୍ତୁ ଜାଣିବା –
୧- ପରାଗ ଲାଗିଥିବା ସମୟରେ ଶିବ ଚାଳିଶା ପାଠ କରନ୍ତୁ କିମ୍ବା ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୧୦୦୮ ଥର ଜପ କରନ୍ତୁ ।
୨- ସୂର୍ଯ୍ୟପରାଗ ସମୟ ମଧ୍ୟରେ ଗରିବ ଓ ଭୋକିଲାଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ ।
୩- ୨ ତାରିଖ ସକାଳେ ପୂଜା କରିବା ପୂର୍ବରୁ ୩ଟି ତୁଳସୀ ପତ୍ର ଆଣି ଠାକୁରଙ୍କ ପାଖରେ ରଖିଦିଅନ୍ତୁ । ରାତିରେ ସୂର୍ଯ୍ୟପରାଗ ଲାଗିଥିବା ସମୟରେ ସେହି ୩ଟି ତୁଳସୀ ପତ୍ର ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *