ଗ୍ରହଦୋଷ ଦୂର କରିବ ପାରା

ଗହଦୋଷ ଦୂର କରିବା ପାଇଁ ଅନେକ ଜଣ ହୋମଯଜ୍ଞ କରିଥାନ୍ତି କିମ୍ବା ଜ୍ୟୋତିଷମାନଙ୍କ ପରାମର୍ଶ ଅନୁଯୀୟୀ ବିଭିନ୍ନ ରତ୍ନଯୁକ୍ତ ମୁଦି କିମ୍ବା ବିଭିନ୍ନ ମେଟେରିଆଲର ଗହଣା ପିନ୍ଧିଥାନ୍ତି । ଅନେକ ଜଣ ନିଜ ନାମର କୌଣସି ଅକ୍ଷରକୁ ମଧ୍ୟ ବଦଳାଇବାର ଅନେକ ନଜିର୍ ରହିଛି । ଯଦି ଏସବୁ କରିବା ଆପଣଙ୍କୁ ପସନ୍ଦ ନୁହେଁ, ତେବେ ଗୋଟିଏ ସହଜ ଓ ସରଳ ଉପାୟ ରହିଛି ଯାହାଦ୍ୱାରା ଆପଣ ଗ୍ରହଦୋଷରୁ ମୁକ୍ତ ହୋଇପାରିବେ । ସାଧାରଣ ଦିଶୁଥିବା ପାରା ଏ କ୍ଷେତ୍ରରେ ବେଶ୍ ସହାୟକ ।

ଆସନ୍ତୁ ଜାଣିବା ପାରା କିଭଳି ଭାବେ ଆପଣଙ୍କ ସମସ୍ୟାର ସମାଧାନ କରିପାରିବ –
୧- ଜ୍ୟୋତିଷମାନଙ୍କ ଅନୁଯାୟୀ ପ୍ରତିଦିନ ପାରାମାନଙ୍କୁ ଖାଇବା ଓ ପାଣି ଦେବା ଦ୍ୱାରା ରାହୁ ଦୋଷରୁ ମୁକ୍ତି ମିଳିଥାଏ । ଯଦି ଆପଣ ନିଜ ଘରେ ପାରାମାନଙ୍କୁ ଖାଇବାକୁ ଦେବାରେ ଅସମର୍ଥ, ତେବେ ଅନ୍ୟ କେଉଁ ସ୍ଥାନରେ ମଧ୍ୟ ଏହି କାମ କରନ୍ତୁ । କିନ୍ତୁ ପାରାମାନଙ୍କ ଝାଡ଼ା ସଫା କରିବା ନିହାତି ଆବଶ୍ୟକ ।
୨- ପାରାମାନଙ୍କୁ ଚଣା, ମକାଦାନା ଓ ପାଣି ଦେବା ଦ୍ୱାରା ବୃହଷ୍ପତି ଗହଦୋଷ କଟିଥାଏ ଏବଂ ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଯୋଗୁଁ ଆର୍ଥିକ ସଙ୍କଟ ଦୂର ହେବା ସହ କାର୍ଯ୍ୟରେ ସଫଳତା ମିଳିଥାଏ । ଯେଉଁମାନଙ୍କ ବିବାହ ହୋଇପାରୁନାହିଁ, ସେମାନେ ଏହି କାମଟିକୁ କରିବା ଦ୍ୱାରା ସଫଳତା ଲାଭ କରିଥାନ୍ତି ବୋଲି ଜ୍ୟୋତିଷମାନେ କହିଥାନ୍ତି ।
୩- ପାରାମାନଙ୍କୁ ଗହମ ଖାଇବାକୁ ଦେବା ଦ୍ୱାରା ଶୁକ୍ର ଓ ରାହୁ ଗ୍ରହ ଦୋଷ କଟିଥାଏ । ବୈବାହିକ ଜୀବନରେ ସଫଳତା ମିଳିବା ସହ ସମସ୍ତ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published.