ଝିଅର ନାଁ ଇଣ୍ଡିଆନ୍ ରୋଜ୍ ରଖିଲେ ଅଷ୍ଟ୍ରେଲିଆନ୍ ଅଭିନେତା

ଅଷ୍ଟ୍ରେଲିଆନ୍ ଅଭିନେତା କ୍ରିସ୍ ହେମସୱର୍ଥ ତାଙ୍କ ଝିଅର ନାମ ଇଣ୍ଡିଆନ୍ ରୋଜ୍ ରଖିଛନ୍ତି । ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏଭଳି ଏକ ଖବର ସିନେପ୍ରେମୀଙ୍କ ସହିତ ସମସ୍ତ ଭାରତୀୟଙ୍କୁ ଗର୍ବ ଓ ଗୌରବର ଅନୁଭୂତି ଆଣିଦେଇଛି । ଏହାର କାରଣ ସମ୍ପର୍କରେ କ୍ରିସ୍ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ଭାରତକୁ ବହୁତ ଭଲପାଆନ୍ତି ଏବଂ ଭାରତ ସହିତ ତାଙ୍କର ଏକ ନିଆରା ମଧୁର ସମ୍ପର୍କ ରହିଛି । ତେଣୁ ଭାରତ ଭଳି ଏକ ବିଶାଳ, ଉଦାର ଓ ସ୍ନେହଭରା ଦେଶ ଅନୁଯାୟୀ ସେ ତାଙ୍କର ନବଜନ୍ମିତ ଝିଅର ନାଁ ଇଣ୍ଡିଆନ୍ ରୋଜ୍ ଦେଇଛନ୍ତି ।

ମିଡିଆ ସହିତ ଏକ ସାକ୍ଷାତକାରରେ କ୍ରିସ୍ କହିଥିଲେ ଯେ ସେ ଓ ତାଙ୍କ ପତ୍ନୀ ଭାରତରେ ଅନେକ ସମୟ ବିତାଇଛନ୍ତି । ଗତବର୍ଷ ନେଟଫ୍ଲିକ୍ସ ପକ୍ଷରୁ ପ୍ରସ୍ତୁତ ୱେବ ସିରିଜ୍ ‘ଢାକା’ର ସୁଟିଂ ପାଇଁ କ୍ରିସ୍ ଭାରତ ଆସିଥିଲେ । ଏହାର ସୁଟିଂ ମୁମ୍ବାଇ ଓ ଅହମଦାବାଦରେ କରାଯାଇଥିଲା । ତେବେ ସୁଟିଂ ସମୟର ଅନୁଭୂତି ବେଶ୍ ନିଆରା । ‘ସ୍ଥାନୀୟ ଲୋକଙ୍କ ଗହଳି ଭିତରେ ସୁଟିଂ କରିବା ଏବଂ ନିର୍ଦ୍ଦେଶକଙ୍କ ଠାରୁ ‘କଟ୍’ ଶୁଣିବା ପରେ ଶହଶହ ଲୋକଙ୍କ ତାଳି ମୋ ପାଇଁ ଏକ ଅଲଗା ଅନୁଭବ ଆଣିଥିଲା । ସେହି ସମୟରେ ମନେ ହେଉଥିଲା ମୁଁ ଯେମିତି ଏକ ଷ୍ଟାଡିୟମରେ ଅଛି ଏବଂ ଜଣେ ରକଷ୍ଟାର୍ ଭଳି ଫରଫର୍ମ କରୁଛି । ତେଣୁ ରକଷ୍ଟାରଙ୍କୁ ଦେଖିବା ପରେ ଲୋକମାନେ ଯେଭଳି ଉତ୍ସାହିତ ହୋଇ ଜୋର୍ ପାଟି କରନ୍ତି ଏବଂ ଦର୍ଶକଙ୍କ ଏହି ଖୁସିରେ ଜଣେ ତାରକା ଯେଉଁଭଳି ପ୍ରେରଣା ପାଇଥାଏ, ସେଭଳି ଏକ ଅନୁଭବ ମୋତେ ମଧ୍ୟ ହୋଇଥିଲା । ତେଣୁ ଭାରତରେ ସୁଟିଂର ଅନୁଭବ ମୋ ପାଇଁ ଅବିସ୍ମରଣୀୟ’ । କହିରଖୁଛୁ କ୍ରିସଙ୍କ ପୂର୍ବରୁ ଦୁଇଜଣ ସନ୍ତାନ ଅଛନ୍ତି ସାଶା ଓ ଟ୍ରିଷ୍ଟନ୍ । ‘ଏଭେଣ୍ଡରର୍ସ: ଏଣ୍ଡଗେମ୍’ରେ କ୍ରିସ୍ ଥ୍ରୋର୍ ଭୂମିକାରେ ନଜର ଆସିଥିଲେ ।

Leave a Reply

Your email address will not be published.