ଗୋରା ନଥିଲି ବୋଲି ୨ଥର ଶୋ’ରୁ ବାହାରିଥିଲି: ଆସ୍ଥା ଚୌଧୁରୀ

ଧାରାବାହିକ ‘କେଶରୀ ନନ୍ଦନ୍’ରେ ମାଧବୀଙ୍କ ଭୂମିକାରେ ଥିବା ଲୋକପ୍ରିୟ ଅଭିନେତ୍ରୀ ଆସ୍ଥା ଚୌଧୁରିଙ୍କ ସହିତ ନିକଟରେ ଏକ ମିଡିଆ ସାକ୍ଷାତକାର କରାଯାଇଥିଲା । ଏଥିରେ ଆସ୍ଥା ଏଭଳି ଏକ ସିକ୍ରେଟ୍ କହିଥିଲେ, ଯାହାକୁ ନେଇ ଏକ ଦର୍ଶକ ମହଲରେ ଖୁବ୍ ଚର୍ଚ୍ଚା ଚାଲିଛି । ତେବେ ଆସ୍ଥା ଅଭିନୟ ଦୁନିଆରେ ବର୍ଣ୍ଣଭେଦର ଶିକାର ହୋଇଥିଲେ ବୋଲି କହିଛନ୍ତି । ଆସ୍ଥା କୌଣସି ଶୋ’ର କିମ୍ବା ପ୍ରଯୋଜକଙ୍କ ନାଁ ନେଇନଥିଲେ ମଧ୍ୟ କହିଥିଲେ ଯେ ସେ ସାବନା ହୋଇଥିବାରୁ ଦୁଇଟି ଶୋ’ ତାଙ୍କ ହାତରୁ ଚାଲିଯାଇଥିଲା । ଅଡିସନରେ ସିଲେକ୍ଟ ହୋଇଥିଲେ ମଧ୍ୟ ସେ କାହାଣୀର ଚରିତ୍ରରେ ଫିଟ୍ ହୋଇପାରିବେ ନାହିଁ ବୋଲି କହି ପ୍ରଯୋଜକମାନେ ତାଙ୍କୁ ରିଜେକ୍ଟ କରିଦେଇଥିଲେ । କିନ୍ତୁ ପରେ ଜଣାପଡ଼ିଲା ଯେ ଆସ୍ଥା ଟିକେ ସାବନା ହୋଇଥିବାରୁ ତାଙ୍କୁ ରୋଲ୍ ମିଳିନଥିଲା ।

ଏହା ବ୍ୟତୀତ ଆସ୍ଥା କହିଛନ୍ତି ଯେ ଟେଲି ଦୁନିଆରେ ଧାରାବାହିକର କେବଳ ଗୋଟିଏ ପ୍ରକାର ଧାରା ଚାଲିଆସିଛି । ଏହା ବଦଳିବା ପାଇଁ ଅନେ ବର୍ଷ ଲାଗିବ । କିନ୍ତୁ ସେ କିଛି ନୂଆ କରିବାକୁ ଚାହୁଁଥିବାରୁ ଟେଲି ଦୁନିଆ ତାଙ୍କୁ କମ୍ ପସନ୍ଦ ହୁଏ । ଆସ୍ଥାଙ୍କ ମୁହଁରୁ ଏଭଳି ଶୁଣିବା ପରେ ତାଙ୍କ ପ୍ରଶଂସକ ଅନୁମାନ କରୁଛନ୍ତି ଯେ ସେ ଟେଲି ଦୁନିଆକୁ ନେଇ ସନ୍ତୁଷ୍ଟ ନାହାନ୍ତି । ତେବେ ଆସ୍ଥାଙ୍କ ମନୋକାମନା ଶୀଘ୍ର ପୁରଣ ହେଉ ବୋଲି ପ୍ରଶଂସକ କାମନା କରୁଛନ୍ତି ।

Leave a Reply

Your email address will not be published. Required fields are marked *