ଆଜିଠୁ ବିଧାନସଭା: ଆରୋପ ପ୍ରତ୍ୟାରୋପ ପାଇଁ ସବୁ ଦଳ ପ୍ରସ୍ତୁତ

ଭୁବନେଶ୍ଵର, (ଓଟି): ଆଜିଠୁ ୧୫ତମ ବିଧାନସଭାର ୧୫ତମ ତଥା ଶେଷ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୧୨ ତାରିଖରେ ଏହି ଅଧିବେଶନ ଶେଷ ହେବ, ଯେଉଁଥିରେ ୭ଟି କାର୍ଯ୍ୟ ଦିବସ ରହିଛି। ସରକାରୀ କାର୍ଯ୍ୟଦିବସ ୬ଟି ରହିଥିଲେ ମଧ୍ୟ କୌଣସି ସ୍ଵତନ୍ତ୍ର ବିଲ୍‌ ଏଠାରେ ଉପସ୍ଥାପନ ହେବା ସମ୍ଭାବନା ନଥିବା ନେଇ ସାଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ସ୍ପଷ୍ଟ କରିଛନ୍ତି।

ଏହି ଅଧିବେଶନର ଗୁରୁତ୍ଵପୂଣ୍ଣ ଅଙ୍ଗ ହେଉଛି ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ କରିବା। ନିବ;ାଚନ ପୂର୍ବରୁ ଏହା ଶେଷ ବଜେଟ୍‌ ହେବ। ଏଣୁ ସରକାରଙ୍କ ଖର୍ଚ ତୁଲାଇବା ନିମନ୍ତେ ଅର୍ଥମନ୍ତ୍ରୀ ୬ମାସ ଯାଏ ବଜେଟ୍‌ ଉପସ୍ଥାପନ କରିବେ। ଏହାପରେ ପୁଣିଥରେ ସରକାର ଗଠନ ପରେ ପୂଣ୍ଣ କାଳୀନ ବଜେଟ୍‌ ଉପସ୍ଥାପନ ହେବ।

ମଧ୍ୟବର୍ତ୍ତୀ କାଳୀନ ବଜେଟ୍‌ରେ ସରକାର ସରକାର ରାଜ୍ୟ ତହବିଲ୍‌କୁ ଜନସାଧାରଣଙ୍କ ନିମନ୍ତେ ଖୋଲିବା ଆଶା ରହିଛି। ଯେଉଁଥିରେ ଅନେକ କିଛଇ ଲୋଭନୀୟ ଯୋଜନା ଘୋଷଣା ହୋଇପାରେ। ବିଶେଷକରି କୃଷକ, ଯୁବାବର୍ଗ ଏବଂ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର କିଛି ନୂଆ ଘୋଷଣା କରିବା ଆଶା ରହିଛି।

ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳ ପୃଥକ ଭାବେ ନିଜର ରଣନୀତି ପାଇଁ ପ୍ରସ୍ତୁତ ହୋଇଛନ୍ତି। କେନ୍ଦ୍ରୀୟ ଅବହେଳାକୁ ନେଇ ସରକାରୀ ଦଳ ବିଧାନସଭାରେ ଉଠାଇ ବିଜେପିର ମୁହଁ ଚୁପ୍‌ କିବ ବୋଲି ପ୍ରସ୍ତୁତ ହୋଇଛି ।ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ଓ ଦୁର୍ନୀତି ପ୍ରସଙ୍ଗକୁ ବିଜେପି ଉଠାଇପାରେ। କଂଗ୍ରେସ ମଧ୍‌ୟ ସରକାରଙ୍କୁ ଚିଣ୍ଟ ଫଣ୍ଡ ଓ ଚାଷୀ ସମସ୍ୟା ନେଇ ଘେରିବ।

ଏହି ବିଧାନସଭା ଅଧିବେଶନରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଆସନରେ ପରିବର୍ତ୍ତନ ହୋଇଛି। ତାଙ୍କ ଆସନରେ ଗଣଶିକ୍ଷାମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ବସିବେ। ଶ୍ରୀ ମହାରଥୀ ମନ୍ତ୍ରୀ ଉଷାଦେବୀଙ୍କ ପାଖ ଆସନରେ ବସିବେ ବୋଲି ସ୍ଥିର ହୋଇଛି। ଠିକ୍‌ ସେହିଭଳି କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକଙ୍କ ଆସନ ଖାଲିପଡ଼ିବ।

ବିଧାନସଭା ଅଧିବେଶନ ବେଳେ ସଚିବଙ୍କୁ ବିଦେଶ ଗସ୍ତ ମନା

http://odishatime.com/odisha-bans-foreign-tour-of-officers-during-assembly-session/

ମୋଦୀଙ୍କୁ ‘ସୁନା ଚଢ଼େଇ’ ଭୟ

Leave a Reply

Your email address will not be published. Required fields are marked *