ଯେକୌଣସି ଅନୁପ୍ରବେଶ ଚିନ୍ତାଜନକ: ପୁଲିସ କମିଶନର

ଭୁବନେଶ୍ଵର, (ଓଟି): ଯେକୌଣସି ଅନୁପ୍ରବେଶ ଚିନ୍ତାଜନକ। ଆମେ ସେଥିପ୍ରତି ସତର୍କ ରହିଛୁ ଏବଂ ଆଗକୁ ସେ ବାବଦରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ। ‘ମୋତେ କିଛି ବି ପଚାରନ୍ତୁ’ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ଷଡ଼ଙ୍ଗୀ ସୋଶାଲ୍‌ ମିଡିଆରେ ଏହା କହିଛନ୍ତି। 

ପ୍ରଥମଥର ପାଇଁ ପୁଲିସ କମିଶନରଙ୍କ ପକ୍ଷରୁ ଏମିତି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାଧାରଣ ଜନତାଙ୍କୁ ଏଥିଲାଗି ପ୍ରଶ୍ନ ପଚାରିବା ଲାଗି କମିଶନର ପ୍ରସ୍ତାବ ଦେଇଥିଲେ। ଏବଂ ଏହି ପଶ୍ନଗୁଡ଼ିକର ଆବଶ୍ୟକ ଉତ୍କତର ସେ ରଖିଛନ୍ତି। ସମ୍ପ୍ରତି ନାଗରିକତ୍ଵ ସଂଶୋଧନ ଆଇନ ଓ ଏନ୍‌ଆର୍‌ସି ପ୍ରସଙ୍ଗରେ କମିଶନରଙ୍କୁ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାରେ ରୋହଙ୍ଗ୍ୟା ଓ ବାଂଲାଦେଶୀ ଅନୁପ୍ରବେଶ ଘଟୁଛି ଏଥିପ୍ରତି ପୁଲିସ କି ପଦକ୍ଷେପ ଗ୍ରହଣ କରୁଛି।

କମିଶନର ଡ. ଷଡ଼ଙ୍ଗୀ କହିଛନ୍ତି ଯେ, ପୁଲିସ ଏଥିପ୍ରତି ସଚେତନ ରହିଛନ୍ତି। ରୋହଙ୍ଗ୍ୟା ଅନୁପ୍ରବେଶ ଆମ ଦୃଷ୍ଟିକୁ ଆସିନାହିଁ। ନିକଟ ଅତୀତରେ ଶହୀଦ ନଗର ଏବଂ ଖାରବେଳ ନଗରରେ ଏମିତି କିଛି ଅଭିଯୋଗ ହୋଇଛି। ଯେକୌଣସି ଅନୁପ୍ରବେଶ ଚିନ୍ତାଜନକ। ଏଥିପ୍ରତି ପୁଲଇସ ସଚେତନ ରହିଛି। 

Leave a Reply

Your email address will not be published. Required fields are marked *