ବଲିଉଡର ନୂଆ ଚେହେରା ଆଶା
ଗତବର୍ଷ ଟେଲି ଦୁନିଆର ମୌନୀ ରୟ, ଅଙ୍କିତା ଲୋଖଣ୍ଡେ ଓ ଗୁରମିତ୍ ଚୌଧୁରୀ ଭଳି ଅନ୍ୟ କେତେଜଣ ଚର୍ଚ୍ଚିତ ନାୟିକା ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପାଦ ପକାଇଥିଲେ । ଏବେ ଏହି ତାଲିକାରେ ଆଉ ଜଣେ ଟେଲି ଅଭିନେତ୍ରୀଙ୍କ ନାମ ସାମିଲ୍ ହୋଇଛି । ସେ ହେଉଛନ୍ତି ଆଶା ନେଗି । ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ ଫେମ୍ ଆଶା ଅନୁରାଗ ବସୁଙ୍କ ଆଗାମୀ ଫିଲ୍ମ ‘ମେଟ୍ରୋ୨’ରେ ନଜର ଆସିବେ ବୋଲି ଖବର ମିଳିଛି । ମିଡିଆ ରିପୋର୍ଟ ଅନୁଯାୟୀ ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ମେଟ୍ରୋ’ର ସିକ୍ୱେଲ୍ ପାଇଁ ଆଶାଙ୍କୁ ସାଇନ୍ କରାଯାଇଛି ଏବଂ ତାଙ୍କ ଅନସ୍କ୍ରୀନ୍ ହିରୋ ସାଜିବେ ଅଭିଷେକ ବଚ୍ଚନ୍ ।
ଆଶା ଓ ଅଭି ୨ଦିନର ସୁଟିଂ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏଥିରେ ରାଜକୁମାର ରାଓଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଡିପ୍ରେସନ୍ ଯୋଗୁଁ ଅଭିନୟ ଦୁନିଆରୁ ୩ ବର୍ଷ ବ୍ରେକ୍ ନେବା ପରେ ଆଶା ୱେବ୍ ସିରିଜ୍ ‘ବାରିସ୍’ ମାଧ୍ୟମରେ କମବ୍ୟାକ୍ କରିଥିଲେ । ତେବେ ବଲିଉଡରେ ଆଶା କ’ଣ ସବୁ ସଫଳତା ହାସଲ କରୁଛନ୍ତି, ତାହା କେବଳ ସମୟ ହିଁ କହିବ ।