‘ତୃତୀୟ’ ଶପଥ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ(ଓଟି): ଦିଲ୍ଲୀ ନିର୍ବାଚନରେ ଆପ୍‌କୁ ବହୁ ଜନାଦେଶ କ୍ରମେ ଆଜି ସରକାର ଗଠନର ଶୁଭାରମ୍ଭ ହୋଇଛି। କ୍ରମାଗତ ତୃତୀୟଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ରାମଲୀଲା ମୈଦାନରେ ସେ ବିଧିବଦ୍ଧ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି।ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବାବେଳେ କେଜ୍ରିୱାଲଙ୍କ ମନ୍ତ୍ରୀ ପରିଷଦର ୬ ଜଣ ସଦସ୍ୟ ମଧ୍ୟ ରାଜ ନିବାସରେ ଶପଥ ଗ୍ରହଣ କରିଛନ୍ତି।

କେଜ୍ରିୱାଲଙ୍କ ଏହି ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରିଥିବା ୫୦ରୁ ଅଧିକ ଶିକ୍ଷକ, ଡାକ୍ତର, ପୁଲିସ, ଡ୍ରାଇଭର ପ୍ରମୁଖ କର୍ମଚାରୀ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ହଜାର ହଜାର ଆପ୍ ସମର୍ଥକ ରାମଲୀଲା ମୈଦାନରେ ନାରାବାଜି ଦେଇଥିଲେ।

Leave a Reply

Your email address will not be published. Required fields are marked *