ହୋଲି ଶୁଭେତ୍ସା ଜରିଆରେ ଉପସ୍ଥିତି ଜାହିର କଲେ ଅରୁପ

ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ହେବା ପରେ ତାଙ୍କୁ ମୁକାବିଲ୍ଳା କରିବା ପାଇଁ ଜଣେ ପୂର୍ବତନ ପ୍ରଶାସକ ତଥା ବିଜେଡି ନେତା ଅରୁପ ପଟ୍ଟନାୟକ ହୋଲି ଶୁଭେତ୍ସା ଜରିଆରେ ଉପସ୍ଥିତି ଜାହିର କରିଛନ୍ତି। ତାଙ୍କ ନାମ ଭୁବନେଶ୍ୱର ଳୋକସଭା ପାଇଁ ବିଜେଡି ପକ୍ଷରୁ ଘୋଷରା ହୋଇନଥିଲେ ବି ସେ ପ୍ରାର୍ଥୀ ହେଉଥିବା ସ୍ପଷ୍ଟ ହୋଇଛି।

ଅରୁପ ପଟ୍ଟନାୟକ ଏବେ ବିଜୁ ଯୁବ ବାହିନୀର ଦାୟିତ୍ୱରେ ଅଛନ୍ତି । ଆସନ୍ତା ନିର୍ବାଚନ ପାଇଁ ଦଳରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଯୁବ ବାହିନୀ ମାଧ୍ୟମରେ ରାଜ୍ୟ ସାରା ଯୁବକମାନଙ୍କୁ ବିଭିନ୍ନ ମାଧ୍ୟମରେ ଏକାଠି କରିବାରେ ସେ ଲାଗିଛନ୍ତି । ସେ ନିର୍ବାଚନ ଲଢ଼ିବେ ବୋଲି ଖାଲି ଆଲୋଚନା ହେଉଥିଲା । କିନ୍ତୁ ଏଥିରେ ସନ୍ଦେହ ମଧ୍ୟ ଥିଲା । ହେଲେ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଅରୁପଙ୍କୁ ସାଥୀରେ ନେଲେ ଓ ମଞ୍ଚରେ ଭାଷଣ ଦେବାକୁ ସୂଯୋଗ ଦେଲେ ସେବେ ସ୍ପଷ୍ଟ ହୋଇଗଲା ଯେ, ତାଙ୍କୁ ଆସନ୍ତା ନିର୍ବାଚନରେ ପାର୍ଥୀ କରାଯିବ। ପ୍ରାର୍ଥୀ ହେବା ପୂର୍ବରୁ ଓଡ଼ିଶା ବାସୀଙ୍କ ସହ ପରିଚିତ କରାଇବା ଏବଂ ବିଜେଡି ମହଲରେ ଗ୍ରହଣୀୟ କରିବା ପାଇଁ ତାଙ୍କୁ ବିଭିନ୍ନ ସମାସମିତିରେ ଭାଷଣ ଦେବାକୁ ସୁଯୋଗ ଦିଆଗଲା।

ଭୁବନେଶ୍ୱର ଲୋକସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଅଧିକ ଆଲୋଚନା ହେଉଛି। ଏହି କଥା ଅଧିକ ସୁଦୃଢ଼ ହୋଇଛି ଏବେ ସହରରେ ତାଙ୍କର ବ୍ୟାନର ଲଗାଯିବାର ଦୃଶ୍ୟ। ବିଭିନ୍ନ ଛକରେ ଅରୁପଙ୍କର ହୋଲି ଶୁଭେଚ୍ଛା ଜଣାଇ ବ୍ୟାନର ଲାଗିଥିବା ଦେଖାଯାଉଛି। ନିର୍ବାଚନରେ ଲଢ଼ିବାକୁ ନ ଥିଲେ ସେ କେବେହେଲେ ଶୁଭେଚ୍ଛା ବାର୍ତ୍ତା ଦେଇ ତାଙ୍କ ବ୍ୟାନର ଲଗାଇ ନ ଥାନ୍ତେ ବୋଲି କୁହାଯାଉଛି। ସହରରେ ତାଙ୍କ ବ୍ୟାନର ଦେଖିଲା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏକଥା କ୍ରମେ ସ୍ପଷ୍ଟ ହେଲା ଯେ, ସେ ନିଶ୍ଚୟ ନିର୍ବାଚନ ଲଢ଼ୁଛନ୍ତି ।

Leave a Reply

Your email address will not be published.