‘କବିର୍ ସିଂ’କୁ ଟକ୍କର୍ ଦେବ ‘ଆର୍ଟିକଲ୍ ୧୫’!
ଆୟୁଷ୍ମାନ୍ ଖୁରାନାଙ୍କ ଅଭିନୀତ ‘ଆର୍ଟିକଲ୍ ୧୫’ ରିଲିଜ୍ ହୋଇଯାଇଥିଲେ ମଧ୍ୟ ସାହିଦ୍ କପୁରଙ୍କ ଅଭିନୀତ ‘କବୀର୍ ସିଂ’ ଠାରୁ ସିନେପ୍ରେମୀ ମୋହ ତୁଟାଇ ପାରୁନାହାନ୍ତି । ବ୍ୟବସାୟ କ୍ଷେତ୍ରରେ ‘କବିର୍ ସିଂ’ ଚଳିତବର୍ଷର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାରେ ସାମିଲ୍ ହେବ ବୋଲି ଅନୁମାନ କରାଯାଉଛି । କାରଣ ଫିଲ୍ମଟି ରିଲିଜ୍ ହେବାର ମାତ୍ର ୮ଦିନ ମଧ୍ୟରେ ୧୫୦ କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ କରିସାରିଛି । ଆଗାମୀ ଦିନରେ ଏହାର ବ୍ୟବସାୟରେ ବୃଦ୍ଧି ହୋଇ ଏହା ୨୦୦କୋଟି ଫିଲ୍ମ କ୍ଲବରେ ସାମିଲ୍ ହେବ ବୋଲି ସିନେ ଟ୍ରେଡ୍ ଆନାଲିଷ୍ଟମାନେ ଆଶା କରୁଛନ୍ତି ।
ଅନ୍ୟ ପକ୍ଷରେ ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଥିବା ‘ଆର୍ଟିକଲ୍ ୧୫’ ପ୍ରତି ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ର୍ରିୟା ଦେଖିବାକୁ ମିଳୁଛି । ଫିଲ୍ମଟି ଓପନିଙ୍ଗ୍ ଡେ’ରେ ୫.୨ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହି କ୍ରାଇମ୍ ଡ୍ରାମା ଫିଲ୍ମରେ ଆୟୁଷ୍ମାନ୍ ଜଣେ ଆଇପିସି ଅଫିସର୍ ଭୂମିକାରେ ଧମାକେଦାର୍ ଅଭିନୟ କରିଛନ୍ତି । ଧୀରେ ଧୀରେ ଫିଲ୍ମ ପ୍ରତି ଦର୍ଶକଙ୍କ ରୁଚି ବଢିବାରେ ଲାଗିଛି । ତେଣୁ ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ‘ଆର୍ଟିକଲ୍ ୧୫’ ‘କବିର୍ ସିଂ’କୁ ବ୍ୟବସାୟ କ୍ଷେତ୍ରରେ କେତେଦୂର ଟକ୍କର ଦେଇପାରିବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।