ପୂର୍ବତନ ସାମରିକ ଅଧିକାରୀ କେପି ଧଳସାମନ୍ତଙ୍କ ଦେହାନ୍ତ

ଭୁବନେଶ୍ୱର (ଓଟି): ପୂର୍ବତନ ସାମରିକ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ମାସେ ହେଲା ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିଲେ। ତାଙ୍କ ବିୟୋଗରେ ସେନା ଶିବିର ସମେତ ବିଭିନ୍ନବର୍ଗର ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ୨୦୦୭ରୁ ୨୦୧୦ ଯାଏଁ ରାଷ୍ଟ୍ରୀୟ ରାଇଫଲ୍ସର ଡିଜି ଭାବେ ଦାୟିତ୍ଵ ନିର୍ବାହ କରି ସେ ଅବସର ଗ୍ରହଣ କରିଥିଲେ। ସେହିପରି ୧୯୭୧ରେ ସେ ବାଲାଂଦେଶ ମୁକ୍ତି ଯୁଦ୍ଧରେ ସାମିଲ ହୋଇଥିଲେ। ଏଥିସହ ଅପରେସନ ବ୍ଲୁ ଷ୍ଟାର ଓ ପଞ୍ଜାବରେ ଆତଙ୍କବାଦ ବିରୋଧ ଲଢ଼େଇରେ ସାମିଲ ହୋଇଥିଲେ। ଦେଶସେବା ଓ ବଳିଷ୍ଠ ବ୍ୟକ୍ତିତ୍ଵ ଭାବେ ତାଙ୍କର ବେଶ୍‌ ସୁନାମ ରହିଥିଲା। ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ଦେହାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *